କାମନାଦେବୀ ଦଣ୍ଡ ପଡିଆ ସରକାରୀ ଜାଗାକୁ ଚଞ୍ଚଳତା କରି ହଡପ କରିବା ଅଭିଯୋଗରେ ସିମିଲିଆ ଗ୍ରାମ୍ୟ କମିଟି ପକ୍ଷରୁ ଢେଙ୍କାନାଳ ମାଜିଷ୍ଟ୍ରେଟକୁ ସ୍ମାରକ ପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ସିମିଲିଆ ଗ୍ରାମବାସୀ ଓ ଗ୍ରାମ୍ୟ କମିଟି ପକ୍ଷରୁ କାମନାଦେବୀ ଦଣ୍ଡ ପଡିଆ ସରକାରୀ ଜାଗାକୁ ନିଜ ନାମରେ ଚଞ୍ଚଳତା କରି ହଡପ କରିବା ଅଭିଯୋଗରେ ମାଜିଷ୍ଟ୍ରେଟଙ୍କୁ ଏକ ସ୍ମାରକ ପତ୍ର ଦାଖଲ କରାଯାଇଛି । ଗ୍ରାମର ବାପା, ଜେଜେବାପାଙ୍କ ଅମଳରୁ କାମନା ମନ୍ଦିରଠାରେ ଥିବା ସରକାରୀ ଜାଗାରେ କାମନା ଠାକୁରାଣୀଙ୍କର ଦଣ୍ଡ ଯାତ୍ରା ହୋଇ ଆସୁଅଛି । ଗତ କିଛି ଦିନ ତଳେ କିଛି  ଜମି ମାଫିଆ ଏହି ଜାଗାକୁ ଜେସିବି ମେସିନ ଦ୍ୱାରା ଖୋଳି ପାଚେରୀ ନିର୍ମାଣ କରିବାରୁ ଜନସାଧାରଣ ଏବଂ ଗ୍ରାମବାସୀ ଦଣ୍ଡ ଯାତ୍ରାର କଳାକାର, ଭକ୍ତମାନେ  ଏହାର ପ୍ରତିବାଦ କରିଥିଲେ । ପରେ କାମନା ମନ୍ଦିର ପୂଜା କମିଟି ସଭା ଡ଼କାଇ ଗ୍ରାମବାସୀଙ୍କ ଉପସ୍ଥିତରେ ଗ୍ରାମ କମିଟି ଗଠନ କରିଥିଲେ  । ଗ୍ରାମ୍ୟ କମିଟି ଗଠନ କରିବା ପରେ ଗ୍ରାମ୍ୟ କମିଟିକୁ ନ ଜଣାଇ ନୂତନ ଭାବରେ ପ୍ରଶାସନକୁ ଧରି ଦ୍ଵିତୀୟ ବାର ଜାଗାକୁ ଡିମର୍କେସନ କରିବା ପାଇଁ ଆସିଥିଲେ । ତାଙ୍କୁ ମଧ୍ୟ ଗ୍ରାମବାସୀ ବିରୋଧ କରିଥିଲେ  । ଗ୍ରାମବାସୀମାନେ ଭକ୍ତ,କଳାକାର, ଗ୍ରାମ୍ୟ କମିଟି ମଧ୍ୟ ବିରୋଧ କରିଥିଲେ . ରେକର୍ଡ ଓ ତହସିଲ କାର୍ଯ୍ୟାଳୟରେ ଲେଖା ଯାଇଥିବା ରେକର୍ଡ  ଦେଖି ଜାଗାକୁ ମୌଜା ସିମିଲିଆ ହାଲ ପ୍ଲଟ ନଂ ସେବକ ୨୨୩ର ରାଜ୍ୟ ସରକାର ଏରିଆକୁ ଲିଜ ନେଇ କିସମ ବଦଳାଇ  ଏକ,ଏଠ,୦୭ ଡେ. ଜାଗାକୁ ପୋଲଦାସ ଦେବଦାସ ଜେମସ ଓଗେର ଥିବା ନାମରେ ରେକର୍ଡ କରାଯାଇଛି ।  ଜାଗାଟି କାମନା ମନ୍ଦିର ଦଣ୍ଡ ଯାତ୍ରାର  ଦଖଲରେ ଥିବା ବେଳେ  କିପରି ଆମ୍ଭମାନଙ୍କ ଅଗୋଚରରେ ତାଙ୍କ ନାମରେ ପଟ୍ଟା କରିନେଲେ ଏବଂ ସର୍ବସାଧାରଣଙ୍କ ଜାଗାକୁ କାମନା ମନ୍ଦିରକୁ ହସ୍ତାନ୍ତର କରିଲେ ତାର ତଦନ୍ତ କରିବା ସହ ଉକ୍ତ ଜାଗାକୁ ଯେଉଁମାନେ ହଡପ କରିଛନ୍ତି ଏବଂ ଯେଉଁମାନେ ଏହି କାର୍ଯ୍ୟରେ ସାହାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି । 

ରିପୋର୍ଟ : ଶୁଭମ କୁମାର ପାଣି