

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଥାନା ଅଧିନ ଜାତୀୟ ରାଜପଥ ବ୍ୟାଙ୍କ କଲୋନୀ ନିକଟରେ ଏକ ଯାତ୍ରୀ ବାହୀ ଅଟୋର ପଛ ପଟୁ ଏକ କାର ଧକ୍କା ଦେବା ଫଳରେ ଅଟୋ ଚାଲକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଜଣକ ହେଲେ ଛତ୍ରପୁର ଦେବୀ ନଗର ସାହିର ସୋମନାଥ ବେହେରା (ମିଟୁ) । ସୂଚନା ଥାଉକି ମଙ୍ଗଳବାର ସକାଳେ ମିଟୁ ଅଟୋ ଓଡି ୦୭ ଏବି ୭୦୮୮ ଧରି ଦେବୀ ନଗରରୁ ଛତ୍ରପୁର କଲେଜ ଛକ ଅଭିମୁଖେ ଯାଉଥିବା ବେଳେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ କାର ଓଡି ୦୨ ଏୟୁ ୭୩୯୩ ଅଟୋର ପଛ ପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଅଟୋ ଚାଳକ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରୁ ଛତ୍ରପୁର ପୋଲିସ ନିଜ ଗାଡ଼ିରେ ବସାଇ ଛତ୍ରପୁର ମେଡିକାଲକୁ ଆଣିଥିଲେ । ଆହତ ମିଟୁର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାକୁ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲା ।ଅନ୍ୟପକ୍ଷରେ ଦୁର୍ଘଟଣା ଘଟେଇ ଥିବା କାରଟି ବ୍ରହ୍ମପୁର ଯାଇ ପୁଣି ଭୁବେନେଶ୍ୱର ଯାଉଥିବା ବେଳେ ହୁମା ନିକଟରେ ଛତ୍ରପୁର ପୋଲିସ ଗାଡିକୁ ଜବତ କରିଛି । ଥାନାରେ କାର ଚାଳକକୁ ଅଟକ ରଖାଯାଇଛି । ଦୃଘଟଣାକୁ ନେଇ ମିଟୁର ବାପା ପୂର୍ଣ୍ଣଚନ୍ଦ୍ର ବେହେରା ଥାନାରେ ଏକ ମାମଲା ଦେଇଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ୨୧୪/୨୦୧୯ ମାମଲା ରୁଜୁ କରି ତଦନ୍ତ ଚାଲୁ କରିଥିବା ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାlୟ ସୂଚନା ଦେଇଛନ୍ତି ।
ରିପୋର୍ଟ : ଆମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
