କାର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ତପ୍ତପାଣି ନିକଟସ୍ଥ ଲକ୍ଷ୍ମୀପୁର ଗ୍ରାମରେ ଏକ କାର ଧକାରେ ବାଳକର ମୃତ୍ୟୁ ହୋଇଛି । ମୃତ୍ୟ ବାଳକର ଘର ଗଜପତି ଜିଲ୍ଲା ମୋହନା ବ୍ଲକ ଲିଲିଗଡ ନିକଟସ୍ଥ ଢେପାପଦର ଗ୍ରାମର ସିପୁନ ନାୟକ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ମୃତ୍ୟୁ ବାଳକ ନିଜ ପିଉସୀ ନାନୀ ଘରକୁ ଯାଇଥିଲେ । ଆଜି ସକାଳ ସମୟରେ ସିପୁନ ହୋଷ୍ଟଲେରେ ଜଳଖିଆ ଖାଇ ସାଇକେଲରେ ଆସୁଥିବା ବେଳେ ବ୍ରହ୍ମପୁର ଦେଇ ଯାଉଥିବା ଏକ କାର (OD02AP7524) ନମ୍ବର ଗାଡି ସାଇକେଲକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସାଇକେଲ ଆରୋହୀ ସିପୁନ ନାୟକଙ୍କ ମୃତ୍ୟୁ ଘଟିଥିଲା । ଏହି ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ନ୍ୟାୟ ପାଇଁ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ବ୍ରହ୍ମପୁର ଓ ମୋହନା ରାସ୍ତା ପ୍ରାୟ ୫ ଘଣ୍ଟା ଅବରୋଧ କରିଥିଲେ । ଖବର ପାଇ ପାଟପଦର ଥାନା ଅଧିକାରୀ ପହଞ୍ଚି ମୃତ୍ୟ ବାଳକର ବାପା ଓ ମାମୁଙ୍କୁ ବୁଝାଇଥିଲେ । କିନ୍ତୁ ମୃତ୍ୟଙ୍କ ପିତା କହିବା ପ୍ରକ୍ରିୟାରେ ତାଙ୍କ ପୁଅକୁ ଯେଉଁ ଗାଡି ଧକ୍କା ଦେଇଛି ସେ ଅର୍ଥ ପୂରଣ ଦେବା ପାଇଁ ଦାବି କରିଥିଲେ । ଶେଷରେ ପାଟପଦର ପୋଲିସ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତିରେ ଯେଉଁ ଗାଡି ଧକ୍କା ଦେଇଛି ସେ ଅର୍ଥ ପୂରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ୍ ସରିଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ମୃତ୍ୟୁ ବାଳକକୁ ବ୍ରହ୍ମପୁର ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରେଡକ୍ରସ ପାଣ୍ଠିରୁ ମୃତ୍ୟୁ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ବାକି କ୍ଷତି ପୁରଣ ପାଟପୁର ଥାନାରେ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା