

ଛତ୍ରପୁର (ସମୃଦ୍ଧ ଓଡିଶା) କାର୍ମେଲ କନଭେଣ୍ଟ ସ୍କୁଲ ପରିସରରେ ଜିଲ୍ଲାବ୍ୟାପୀ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କୁ ସ୍କୁଲ ପକ୍ଷରୁ ଏକ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଜିଲ୍ଲାପାଳ ଦୁଇଟି ଚାରାରୋପଣ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଜେ ଗୋଟିଏ ଲେଖାଏଁ ଗଛ ଲଗାଅ ବୋଲି ପରାମର୍ଶ ଦେଇଥିଲେ । ଏହାପରେ ସବୁଜ ଗଞ୍ଜାମ ସୁନ୍ଦର ଗଞ୍ଜାମ ଉପରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କାର୍ମେଲ କନଭେଣ୍ଟ ସ୍କୁଲ ସିନିୟର ପ୍ରିନ୍ସପାଲ ସିଷ୍ଟର ଡୋରେଟ, ଜୁନିୟର ପ୍ରିନ୍ସପାଲ ସିଷ୍ଟର ଏଡ଼ରିନୋ, ମ୍ୟାନେଜର ଖ୍ରୀଷ୍ଟି, ଶିକ୍ଷକ ସଞ୍ଜୟ କୁମାର ବେହେରା, ଶିକ୍ଷୟତ୍ରୀ ଗୀତାଞ୍ଜଳି ଦାସ, ସଂଯୁକ୍ତା ଖଟେଇ, ଯାଜ୍ଞସେନୀ ସାମନ୍ତରାୟଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରିମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ପ୍ରିନ୍ସିତା ପଟ୍ଟନାୟକ ସ୍ୱାଗତ ଭାଷଣ ପରିବେଷଣ କରିବା ସହ ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟ ଉପରେ କହିଥିଲେ । ଏହାପରେ ସ୍କୁଲ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

