

ରାୟଗଡା (ସମୃଦ୍ଧ ଓଡିଶା) ବାତ୍ୟା ‘ଫୋନି’ ପାଇଁ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଥିବା ବେଳେ ନିର୍ଦେଶ ଅବମାନନା କରି ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ କାର୍ଯ୍ୟରେ ଯୋଗ ନ ଦେବାରୁ ନିଲମ୍ବିତ ହୋଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ନ ମାନିବା ଶେଷରେ ତାଙ୍କୁ ମହଙ୍ଗା ପଡିଛି। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଶିବ ପ୍ରସାଦ ପାଢ଼ୀ । ସାମ୍ଭାବ୍ୟ ବାତ୍ୟା ପାଇଁ ବୁଧବାର ସରକାର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଛୁଟିକୁ ଆସନ୍ତା ୧୫ ତାରିଖ ଯାଏଁ ବାତିଲ କରିବା ସହ ଯେଉଁମାନେ ଛୁଟିରେ ଅଛନ୍ତି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ରାୟଗଡା ସିଡିଏମଓ ଡାକ୍ତର ଶିବପ୍ରସାଦ ପାଢ଼ୀ ଅବମାନନା କରିଥିଲେ । ଯ’ଦ୍ୱାରା ସିଡିଏମଓଙ୍କୁ ଆଜି ସରକାର ନିଳମ୍ବିତ କରିଛନ୍ତି । ତେବେ ବର୍ତ୍ତମାନ ରାୟଗଡ଼ା ଏଡିଏମ୍ଓ ଡାକ୍ତର ଶକ୍ତିବ୍ରତ ମହାନ୍ତିଙ୍କୁ ସିଡିଏମ୍ ଓ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ