
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱରର ନୂଆ ତହସିଲଦାର ଭାବେ ସ୍ମୃତିରଂଜନ ମଲ୍ଲିକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତ କିଛିଦିନ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ବଦଳି ଆଦେଶରେ ବେତନଟୀର ବିଡିଓ ଶ୍ରୀ ମଲ୍ଲିକଙ୍କୁ ଜଳେଶ୍ୱର ତହସିଲଦାର ଭାବେ ବଦଳି କରାଯାଇଥିବାରୁ ଆଦେଶ ପ୍ରକାଶ ପାଇଥିଲା । ପୂର୍ବରୁ ଅବସ୍ଥାପିତ ତହସିିଲଦାର ଶଂକର ପଟ୍ଟନାୟକ ଭୋଗରାଇର ବିଡିଓ ଭାବେ ବଦଳି ହୋଇଛନ୍ତି । ଶଂକର ପଟ୍ଟନାୟକଙ୍କ ବଦଳି ନେଇ କେତେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ବେଳେ ତାଙ୍କ ପ୍ରଚେଷ୍ଟାରେ ବାଲି ମାଫିଆମାନେ ଭୟଭୀତ ହୋଇଥିବା ବେଳେ ଆଗାମୀ ଦିନରେ ବାଲିମାଫିଆଙ୍କ କାର୍ଯ୍ୟକଳାପ ସଂପର୍କରେ ଦେଖିବାକୁ ବାକି ରହିଲା ।
ରିପୋର୍ଟ : ଭୂପତି ପରିଡା