କାଲାମଙ୍କ ପ୍ରେରଣା ଅନୁପ୍ରାଣିତ କରୁଛି ଛାତ୍ରଯୁବ ସମାଜକୁ : ଛତ୍ରପୁରରେ ଜନ୍ମ ତିଥି ପାଳନ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା ) ବିଶ୍ୱବିଖ୍ୟାତ ତଥା ଭାରତରତ୍ନ ପ୍ରାପ୍ତ ଏ ଦେଶର ଅନ୍ୟତମ ନିର୍ମାତା ପ୍ରସିଦ୍ଧ ବୈଜ୍ଞାନିକ ତଥା ପୂର୍ବତନ ମହାମହିମ ରାଷ୍ଟ୍ରପତି ଯିଏ କି ସାରା ଭାରତ ବର୍ଷରେ ମିସାଇଲ ମ୍ୟାନ ଭାବେ ପରିଚିତ ସେହି  ମହାନ ପ୍ରବାଦ ପୁରୁଷ ଡ଼ଃ ଅବୁଲ ପକୀର ଯାଇନୁଲାବ୍ଦିନ କଲାମଙ୍କ ଗତକାଲି ତାଙ୍କ  ପୁଣ୍ୟ ଜନ୍ମ ତିଥି ଅବସରରେ ସାରା ଭାରତ ବର୍ଷର କୋଣେ କୋଣେ ଆବାଳ ବୃଦ୍ଧ ବନିତା ମନେ ପକାଇ ବାହୁନି ବାହୁନି ସ୍ମୃତି ଚାରଣ କରୁଥିବାବେଳେ ତାଙ୍କ ଅଭୁଲା ସ୍ମୃତିର ପ୍ରତିମୂର୍ତ୍ତିକୁ ଉଦଜୀବିତ କରୁଛନ୍ତି ଛତ୍ରପୁରର କିଛି ଯୁବ ଛାତ୍ର ସମାଜ । ରାଷ୍ଟ୍ରର ଯୁବକ ଛାତ୍ରମାନଙ୍କୁ ଅହରହ ପରିଶ୍ରମ କରିବାକୁ ଏବଂ ଶିକ୍ଷା ପ୍ରଯୁକ୍ତିବିଜ୍ଞାନରେ ସେମାନଙ୍କୁ ପ୍ରୋସହନ ଦେବା ପାଇଁ ସବୁବେଳେ ଉପଦେଶ ଦେଇ ଆସୁଥିଲେ ସେହି ମହାନ ପୁରୁଷ ଅବଦୁଲ କାଲାମ ।ଅତ୍ୟନ୍ତ ପରିତାପର ବିଷୟ ଏହି କି ଯେ ଜିଲ୍ଲା ପ୍ରଶାସନ କେବଳ ପ୍ରତିମୂର୍ତ୍ତିକୁ ଠିଆ କରିଦେଇ କାମ ସାରି ଚୁପ ହୋଇ ବସିପଡିଛି କିନ୍ତୁ ତାର ରକ୍ଷଣାବେକ୍ଷଣ କିମ୍ବା ଜନ୍ମ ତିଥିକୁ ମନେ ପକାଇପାରୁନି ସେହି ଭାରତ ନିର୍ମାତା ଭୂତପୂର୍ବ ରାଷ୍ଟ୍ରପତି ଡ଼ଃ କଲାମଙ୍କର। ଗତକାଲି  ଛତ୍ରପୁରର ଏନଏସି ପ୍ରଶାସନ, ବୁଦ୍ଧିଜୀବି ସମସ୍ତେ ଭୁଲି ଯାଇଥିଲେ ସେହି ଅଭୁଲା ସ୍ମୃତିକୁ ।  କିନ୍ତୁ ଛାତ୍ରସମାଜ ମାତିଲେ ଦେଶ ମାତେ ନୀତିରେ  ଗତ କାଲି  ପୂର୍ବଥର ପରି କ୍ରାନ୍ତୀଯୁବ ଛାତ୍ରସଂଘର ସମସ୍ତ ଯୁବକ ଛାତ୍ର ଏକତ୍ରିତ୍ ହୋଇ କାଲାମଙ୍କ ପ୍ରତିମୂର୍ତ୍ତିର  ଚତୁର୍ପାଶ୍ୱରେ ସ୍ନାନ କରି ସୁପ୍ତ ପ୍ରଶାସନକୁ ଚେତାଇଦେଲେ ତାଙ୍କ ପରାକ୍ରମ । ଖାଲିସେତିକି ସେତିକି ନୁହଁ ଏକ ବିରାଟ  ସ୍ମୃତିଚାରଣ ସଭା କରି ଜାଗ୍ରତ କରାଇଦେଲେ ସମସ୍ତଙ୍କୁ । ଏହି ସଭାରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୌଭାଗ୍ୟ କୁମାର ସାହୁ ମୁଖ୍ୟ ଅତିଥିରୂପେ ଯୋଗଦେଇ ସେହି ମହାନ ପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କ୍ୟାଣ୍ଡେଲ ଜ୍ୟୋତି ପ୍ରଜ୍ବଳନ କରି  ଆହୁରି ଉତ୍ସାହିତ ଓ ଜାଗ୍ରତ କରାଇଦେଲେ ଛାତ୍ର ସମାଜକୁ କହିଲେ ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହେଲେ ମନୁଷ୍ୟ ସମାଜ ଏକ ନୂତନ ଦିଗ ଦର୍ଶନ ଲାଭ କରିବ,ଉଭେଇଜୀବ  ଗରିବ ଦରିଦ୍ରଙ୍କ ଆଖିର ଲୁହ, ସମାଜ କଳଙ୍କ ମୁକ୍ତ ହେବ ଏବଂ ସମସ୍ତେ ସେହି ମହାନ ପୁରୁଷଙ୍କ  ଆଦର୍ଶରେ ଅନୁପ୍ରାଣିତ ହୋଇ ଉତ୍ସର୍ଗୀକୃତ ହେବା ପାଇଁ ଆହ୍ୱାନ ଦେଲେ। ସ୍ଥମ୍ବିଭୁତ ହୋଇଗଲା ଚାତ୍ରସମାଜ କହିଲା ଏହି ଭଳି ଗୁରୁଙ୍କର ଆବଶ୍ୟକତା ରହିଛି ଆଜିକାଲିର ସମାଜ ପାଇଁ ଯେଉଁ ଗୁରୁମାନେ  କାଲାମଙ୍କ ଭଳି ଉତ୍ତମ ଛାତ୍ର ଗଠନରେ ସହାୟକ ହୋଇଥାନ୍ତି।