

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କାଳିପୁଲି ପ୍ରାଥମିକ ବିଦ୍ୟାଳୟରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଳିପୁଲି ପଞ୍ଚାୟତର ସରପଞ୍ଚ ଶ୍ରୀରାମଚନ୍ଦ୍ର ବେହେରା ଯୋଗ ଦେଇଥିଲେ ଗାନ୍ଧିଜୀଙ୍କ ଭଳି ସଚୋଟ କାମ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ବିଦ୍ୟାଳୟକୁ ସ୍ୱଚ୍ଛ ରଖିବା ପାଇଁ ଉପଦେଶ ଦେଇଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଥିଲା ସେଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ କୃଷ୍ଣ କୁମାର ବେହେରା



