କାୟକଳ୍ପ ଆୱାର୍ଡ ପାଇଁ ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଇଣ୍ଟରନାଲ ଆସେସମେଣ୍ଟ:ଛତ୍ରପୁର ହସ୍ପିଟାଲ ଜିଲ୍ଲାରେ ପ୍ରଥମ…

ଛତ୍ରପୁର (ସମୃଦ୍ଧ ଓଡିଶା) କାୟକଳ୍ପ ଆୱାର୍ଡ ପାଇବା ପାଇଁ ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଇଣ୍ଟରନାଲ ଆସେସମେଣ୍ଟ ସରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବ୍ରହ୍ମପରୁ ସ୍ଥତି ସିଟିହସ୍ପିଟାଲ ସମେତ ୨୦ ସ୍ୱାସ୍ଥ୍ୟକେନ୍ଦ୍ର ୱାର୍ଡ ପାଇଁ ଥିବା ସମସ୍ତ ସର୍ତ୍ତ ପୂରଣ କରିବାରେ ବହତୁ ପଛରେ ରହିଥିବାରୁ କାୟକଳ୍ପ ପାଇଁ ଯୋଗ୍ୟ ନ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ୧୦୦ରୁ ୭୦ ପ୍ରତିଶତ ମାର୍କ ମିଳିଲେ କାୟକଳ୍ପ ଆୱାର୍ଡ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଯୋଗ୍ୟ ବିବେଚିତ ହୋଇଥାଏ । ମାର୍କ ଅନୁସାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱତନ୍ତ୍ର ଅନୁଦାନ ମିଳିଥାଏ । ପ୍ରତିବର୍ଷ ଏଥିପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଇଣ୍ଟରନାଲ ଆସେସମେଣ୍ଟ ହୋଇଥାଏ । ପରେ ଏକ୍ସଟର୍ନାଲ ଆସେସମେଣ୍ଟ ହୋଇ ଚୂଡାନ୍ତ ହୋଇଥାଏ । ସୋରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ୬୯ ପ୍ରତିଶତ ମାର୍କ ମିଳିଥିବା ବେଳେ କବିସୂର୍ଯ୍ୟନଗରକୁ ୬୮, ବଡ଼ଗଡ଼କୁ ୬୭, ବୋମକେଇ ୬୭, ଖଲ୍ଲିକୋଟ ଓ ଦିଗପହଣ୍ଡିକୁ ୬୫ ପ୍ରତିଶତ ମାର୍କ ମିଳିଛି । ସେହିପରି ଆଡପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ୬୪, ସିଟିହସ୍ପିଟାଲକୁ ୬୩, ବେଲଗୁଣ୍ଠାକୁ ୬୨, ମୁନିସିପେଣ୍ଠକୁ ୬୧, ଖଣ୍ଡଦେଉଳ, ଶେରଗଡ଼, ବାଲିସିରା, ସୁମଣ୍ଡଳକୁ ୫୨ପ୍ରତିଶତ ଲେଖାଏଁ ମାର୍କ ମିଳିଛି । ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୫୦ ପ୍ରତିଶତ, ଗିରିଶୋଲକୁ ୪୮, କେଲୁଆପାଲି ଓ କୁକୁଡାଖଣ୍ଡିକୁ ୪୨ ପ୍ରତିଶତ ଲେଖାଏଁ, ଗାଲେରିକୁ ୪୧ ଓ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୬୮ପ୍ରତିଶତ ମାର୍କ ମିଳିଛି । ଏସବୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ୭୦ ପ୍ରତିଶତରୁ ବହୁତ ତଳେ ରହିଛି । ଅନ୍ୟପକ୍ଷରେ ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ସମେତ ୧୩ ସ୍ୱାସ୍ଥ୍ୟକେନ୍ଦ୍ରକୁ ୭୦ ଓ ତା’ଠାରୁ ଅଧିକ ମାର୍କ ମିଳିଛି । ସେଗୁଡିକ ହେଲା ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ, କୋଦଳା, ଆସିକା, ଭାଟକୁମରଡ଼ା, ପୁରୁଷୋତ୍ତମପୁର, ପୋଲସରା, ଗୋବରା, ବେଲଗାଁ, ହିଞ୍ଜିଳି, ବୁଗୁଡ଼ା, ଧରାକୋଟ ଓ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏମାନଙ୍କ ମଧ୍ୟରୁ ଛତ୍ରପୁର ହସ୍ପିଟାଲକୁ ୯୧ ପ୍ରତିଶତ ମାର୍କ ମିଳିଛି ଓ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା