କିଛି ଅବୁଝା ଲୋକଙ୍କୁ ସମୁଦ୍ରକୁଳ ଘର ଛାଡି ଆଶ୍ରୟ ସ୍ଥଳକୁ ଯିବା ପାଇଁ ନିଜର ହାତ ଯୋଡି ନେହୁରା ହୋଇ କହୁଥିବା ବେଳର ଫୋଟ ଦେଖି ଚର୍ଚ୍ଚାରେ ବ୍ରହ୍ମପୁର ଏସପି ପିନାକ ମିଶ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶାକୁ ଏକ ବଡ ଧରଣର ବାତ୍ୟା ଫନି ମେ ମାସ ୩ ତାରିଖରେ ଆସିବା ସହ ବହୁ କ୍ଷୟକ୍ଷତି ଘଟାଇଛି । ହେଲେ ସୋଭାଗ୍ୟ ବଶତଃ ଗଞ୍ଜାମ ଜିଲ୍ଲାରେ କିଛି ପ୍ରଭାବ ପକାଇ ନଥିଲା । କିନ୍ତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତାହାର କର୍ତ୍ତବ୍ୟ ପାଳନ କରିବାକୁ ପଛାଇନଥିଲା । ଗୋପାଳପୁରରେ ତୁହାକୁତୁହା ବର୍ଷା ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସପି, ବ୍ରହ୍ମପୁର ଏସପି, ଆଇଜି ଅମିତାଭ ଠାକୁରଙ୍କ ନେତୃତ୍ୱରେ ଗରିବ ସମୁଦ୍ରକୂଳର ଲୋକଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷୀତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ହେଲେ କିଛି ଲୋକ ନିଜ ଘର ଛାଡି ଯିବାକୁ ନାରାଜ ଥିବା ବେଳେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଅବୁଝା ଲୋକଙ୍କୁ ବୁଝାଇବା ପାଇଁ ନିଜ ଦୁଇ ହାତ ଯୋଡି ନେହୁରା ହୋଇ ଲୋକଙ୍କୁ ତାଙ୍କ ସମୁଦ୍ର କୁଳ ଘର ଛାଡି ଆଶ୍ରୟ ସ୍ଥଳକୁ ଯିବା ପାଇଁ କହୁଥିବା ବେଳେ ଜଣେ ଗଣମାଧ୍ୟମ ପ୍ରତିନିଧି ଅଜାଣତରେ ଉକ୍ତ ସମୟର ଫୋଟ ଉଠାଇ ଦେଇଥିଲେ । ଯାହାକି ଏବେ ଜାତୀୟ ସ୍ତରରେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଚର୍ଚ୍ଚିତ କରିଦେଇଛି । ଏଠାକାର ଗଣମାଧ୍ୟମ ସହ ଜାତୀୟ ସ୍ତରରର ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ଉକ୍ତ ହାତ ଯୋଡ଼ା ଫୋଟ ପ୍ରାଶରଣ କରି ତାଙ୍କ ବ୍ୟକ୍ତିତ୍ୱକୁ ଦ୍ବିଗୁଣିତ କରି ଦେଇଛି । ଗଞ୍ଜାମରେ ସର୍ବାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା