

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ହୋଲି ଏହି ଅବସରରେ ସାରା ଦେଶର ଜନସାଧାରଣ ରଙ୍ଗରେ ରଙ୍ଗେଇ ହୋଇ ଧୁମ ଧାମରେ ପାଳନ କରିଛନ୍ତି ଏହି ପର୍ବକୁ । ଏହି ଅବସରରେ ଭୁବନେଶ୍ୱରର ମଧୁରମୟୀ ଶିକ୍ଷା ଆଶ୍ରମ ଝାଡ଼ପଡାଠାରେ କିନରମାନେ ମିଠା ଖୁଆ ଖୁଇ ହୋଇ ଫଗୁ ରଙ୍ଗରେ ରଙ୍ଗେଇ ହୋଇ ଉତ୍ସବର ଶୁଭେଚ୍ଛା ଜଣାଇ ନାଚ ଗୀତ ସହ ହୋଲି ପର୍ବ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ ମେନକା ପରିଡା ସମାଜ ସେବୀ, ରିତୁପୁନ୍ନା, ବେବୀ କିନର, ନମ୍ରତା ଚଢା, ବିଦୁସ୍ମିତା । ଏହି କାର୍ଯ୍ୟକ୍ରମରେ ବହୁ କିନର, ବହୁ ବ୍ୟକ୍ତିଙ୍କ ସମେତ ବହୁ ଛୋଟ ଛୋଟ ପିଲାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





