ଝାରସୁଗୁଡ଼ା (ସମୃଦ୍ଧ ଓଡିଶା ) ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ କିଶୋର ଦାସ କଂଗ୍ରେସ ଛାଡ଼ିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଶ୍ରୀ ଦାସ ତାଙ୍କ ଦଳ ପରିବର୍ତ୍ତନ ନେଇ କର୍ମୀଙ୍କ ମତାମତ ସଂଗ୍ରହ କରିଛନ୍ତି ଓ ସହଯୋଗ ଲୋଡି ସାନି ଅଭିଯାନ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ସେ ଯେଉଁ ଦଳକୁ ଯିବେ ସେଠାରେ କିପରି ଭିତ୍ତିଭୂମି ସୁଦୃଢ଼ ହୋଇ ପାରିବ ତାର ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରି ସାରିଲେଣି। କିନ୍ତୁ କାହିଁକି କଂଗ୍ରେସ ଛାଡିବେ, ଛାଡିଲେ େକଉଁ ଦଳରେ ଯୋଗଦେବେ, େସ ନେଇ କିନ୍ତୁ ମୁହଁ େଖାଲୁନାହାନ୍ତି। ମାଟିର ସ୍ବାର୍ଥ କଥା ଉଠାଇ ଏସଂକ୍ରାନ୍ତ ସମସ୍ତ ପ୍ରଶ୍ନକୁ ଏଡାଇ ଯାଉଛନ୍ତି।ବଡ଼ କଥା ହେଲା, ନବ ନିକଟରେ ତାଙ୍କ ପୁତ୍ର ବିଶାଳ ଦାସଙ୍କୁ ରାଜନୀତିକୁ ଆଣିଛନ୍ତି। ବିଶାଳ ଅଧୁନା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦାୟିତ୍ବରେ ରହିଛନ୍ତି। ଜିଲ୍ଲା କଂଗ୍ରେସ ସଂଗଠନର ସଂପୂର୍ଣ୍ଣ ନିୟନ୍ତ୍ରଣ ନବଙ୍କ ହାତରେ ରହିଛି। ଅତଏବ ସେ ଯଦି କଂଗ୍ରେସ ତ୍ୟାଗ କରନ୍ତି ତେବେ ଦଳବଳ ନେଇ ଅନ୍ୟଦଳରେ ଯୋଗ ଦେବାର ସମ୍ଭାବନା ଅଧିକ। ଏପରିସ୍ଥିତିରେ ଝାରସୁଗୁଡାରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବଙ୍କ ସଂପର୍କ ନେଇ ପୂର୍ବରୁ ଚର୍ଚ୍ଚା େହାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଏହାର ଝଲକ ବି ଝାରସୁଗୁଡାବାସୀ େଦଖିଛନ୍ତି। ଗତକିଛି ଦିନ ଧରି ନବ ଯାହା କହୁଥିଲେ ସରକାର ତାକୁ ପୂରଣ କରିଆସିଛନ୍ତି। ଏଣୁ କେହି କିଛି ମୁହଁ ନ ଖୋଲିଲେ ବି ନବ ବିେଜଡିରେ ଯୋଗଦେବା ସମ୍ଭାବନା ଅଧିକ େବାଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି।ପ୍ରଶ୍ନ ଉଠୁଛି, ନବ ଯଦି ବିଜେଡ଼ିକୁ ଯାଆନ୍ତି ତେବେ ଜିଲ୍ଲା ବିଜେଡ଼ିର ନେତୃତ୍ବ ନେଇଥିବା ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ରାଜନୈତିକ ଭବିଷ୍ୟତ କଣ େହବ? କିଶୋର ଓ ନବଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ଏମିତି ଯେ, ଉଭୟଙ୍କୁ କେବେ ମଧ୍ୟ ଗୋଟିଏ ମଞ୍ଚରେ ଦେଖା ଯାଇନାହିଁ। କିଶୋରଙ୍କ ସମର୍ଥକମାନେ ନବଙ୍କୁ ବିରୋଧ କରି ଆସୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ନବ କଂଗ୍ରେସ ଛାଡ଼ି ବିଜେଡ଼ିକୁ ଆସନ୍ତି ତେବେ କିଶୋର-ନବ ଏକାଠି େହବେ ନା କିେଶାର ଆଉ କିଛି ନିଷ୍ପତ୍ତି ନେବେ? ନବଙ୍କ ଦଳବଦଳ ସଂପର୍କରେ କିଶୋର ମହାନ୍ତି ଆଜି ମୁହଁ ଖୋଲିଛନ୍ତି। କହିଛନ୍ତି, ନବ ବିଜେଡ଼ିକୁ ଆସିବା ନେଇ ଜିଲ୍ଲା ସଭାପତି ଭାବରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ନବ ଯେଉଁ ପାର୍ଟିରେ ମାଟିର ସେବା କରିବାକୁ ସୁଯୋଗ ପାଇଥିଲେ ହଠାତ୍ ସେହି ପାର୍ଟିକୁ ଏତେ ହତାଦର କରୁଛନ୍ତି କାହିଁକି ବୋଲି କିଶୋର ଓଲଟା ପ୍ରଶ୍ନ କରିଛନ୍ତି।