କିଷାନ କଂଗ୍ରେସର ରାଜ୍ୟ କମିଟି ଓ ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି କିଷାନ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ କିଷାନ କଗ୍ରେସର ରାଜ୍ୟ କମିଟିରେ ସୁଧିର ପରିଚ୍ଛା, ଦେବୀ ପ୍ରସନ୍ନ ଚାନ୍ଦ, ଶଶି ଭୂଷଣ ପାତ୍ର, ସୁବାଷ ରାଉତ, ମହେନ୍ଦ୍ର ପରିଡ଼ା, ଦୁର୍ଯୋଧନ ଗଡ଼ତିଆ, ପ୍ରେମାନନ୍ଦ ସ୍ୱାଇଁ, ହେମନ୍ତ କୁମାର କର, ସୁବାଷ ରାଉତଙ୍କୁ କାର୍ଯ୍ୟକାରୀ ସଭାପତି ଓ ଉପାଧ୍ୟକ୍ଷ ଏବଂ ୧୨ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତିି । ଏହାସହ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ମଧ୍ୟଘୋଷଣା କରାଯାଇଛି । ସଭାପତି ଭାବେ ଅନୁଗୋଳ – ଉମେଶ ଚନ୍ଦ୍ର ସାହୁ, ବାଲେଶ୍ୱର – ନିରଞ୍ଜନ ବେହେରା, ଭଦ୍ରକ – ନର ନାରାୟଣ ଜେନା, ମୟୁରଭଞ୍ଜ- ଘନଶ୍ୟାମ ନନ୍ଦ ବ୍ରହ୍ମଚାରୀ, କେଉଁଝର – ସେକ୍ ମୋବିନ୍, ଯାଜପୁର- ବିଜୟ କୁମାର ସ୍ୱାଇଁ, କେନ୍ଦ୍ରାପଡ଼ା- ରାଜ କିଶୋର ପ୍ରଧାନ, ଜଗତସିଂହପୁର – ନିତ୍ୟାନନ୍ଦ ପଣ୍ଡା, ଢେଙ୍କାନାଳ – ସୁଧାକର ସାହୁ, କଳାହାଣ୍ଡି – ସଚ୍ଚିଦାନନ୍ଦ ମହାକୁଡ଼, ଝାରସୁଗୁଡ଼ା – ଜଗନ୍ନାଥ ଜେନା, ସୁନ୍ଦରଗଡ଼ – ଅମୀତ କୁମାର ପଟେଲ, ସମ୍ବଲପୁର – ଗୋବିନ୍ଦ ଚନ୍ଦ୍ର ମିଶ୍ର, ବରଗଡ଼ – ଦୟା ସାଗର ମେଣ୍ଡଲୀ, ବଲାଙ୍ଗୀର – ଜତି ପ୍ରଧାନ, ସୁବର୍ଣ୍ଣପୁର – ସ୍ୱପ୍ନେଶ୍ୱର ପୃଷ୍ଟି, ଦେବଗଡ଼ – ସନ୍ତୋଷ କୁମାର ସାହୁ, ନୂଆପଡ଼ା – ହେମନ୍ତଦାସ ମାଣିକପୁରୀ, ରାୟଗଡ଼ା – କେ. ଦେବେନ୍ଦ୍ର କୁମାର ରାଓ, ନବରଙ୍ଗପୁର – ଗଣେଶ୍ୱର ତ୍ରିପାଠୀ, କୋରାପୁଟ – କୃଷ୍ଣ ଚନ୍ଦ୍ର ନେପାକ, ମାଲକାନଗିରି – ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ଗଜପତି – ଏସ୍. ଗଜପତି ରାଓ, ଗଞ୍ଜାମ – ବୃନ୍ଦାବନ ଖଟେଇ, କନ୍ଧମାଳ – ପ୍ରଫୁଲ୍ଲ କୁମାର ଦାଶ, ନୟାଗଡ଼ – ବସନ୍ତ କୁମାର ମହାରଣା, ଖୋର୍ଦ୍ଧା- ରମେଶ ଚନ୍ଦ୍ର ବିଶ୍ୱାଳ, ପୁରୀ – ପ୍ରଦୀପ୍ତ କୁମାର ସାମନ୍ତରାୟ, ବୌଦ୍ଧ – ରଘୁନାଥ ପଲିଆଙ୍କୁ ସଭାପତି ଓ କଟକ- ସଦାନନ୍ଦ ଓଝାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ପୁନଃ ନିଯୁକ୍ତି କରାଯାଇଛି ବୋଲି ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଖୁବ ନିକଟରେ ସମସ୍ତ ଜିଲ୍ଲାର ପ୍ରତି ବ୍ଳକ ଓ ସମସ୍ତ ଗ୍ରାମ ପଂଚାୟତସ୍ତରରେ ସଭାପତି ଓ ସମ୍ପାଦକମାନଙ୍କ ନିଯୁକ୍ତ ପ୍ରକ୍ରିୟା ଚୁଡ଼ାନ୍ତ କରାଯାଇ ଅଣ ସଂଗଠିତ କୃଷକ, କୃଷି ଶ୍ରମିକ, କୃଷିଜୀବୀ ମହିଳାଙ୍କୁ ଦଳୀୟ ଫୋରମରେ ସଂଗଠିତ କରାଯାଇ ସେମାନଙ୍କ ହକ୍ ପାଇଁ ବର୍ତମାନର ବିଜେଡ଼ି ଓ ବିଜେପି ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ ପିସିସି ସଭାପତିଙ୍କ ଆହ୍ୱାନ କ୍ରମେ ରାଜ୍ୟ ବ୍ୟାପୀ ଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ପ୍ରତି ଗ୍ରାମରୁ କୃଷି ଓ କୃଷକଙ୍କ ବାସ୍ତବ ସମସ୍ୟା ଚିହ୍ନଟ ଓ ବିଭିନ୍ନ ସମସ୍ୟାର ସୁ ସମାଧାନ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରୁ ବଛା ବଛା ଅଭିଜ୍ଞ ଚାଷୀମାନଙ୍କୁ ନେଇ ରାଜ୍ୟସ୍ତରରେ ଏକ ଚାଷୀ ପରାମର୍ଶ ଉପଦେଷ୍ଟା କମିଟି ଗଠନ କରାଯିବ ବୋଲି କୁହାଯାଇଛି ।

ରିପୋର୍ଟ : ଆକାଶ ମିଶ୍ର