କୁକୁଡାଖଣ୍ଡି ପଞ୍ଚାୟତ ସମିତିର ତୃତୀୟ ଅଧିବେଶନ ଅନୁଷ୍ଠିତ

କୁକୁଡ଼ାଖଣ୍ଡି(ସମୃଦ୍ଧଓଡିଶା)କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତିର ତୃତୀୟ ଅଧିବେଶନ ଗତକାଲି ଶନିବାର ପଞ୍ଚାୟତ ସମିତି ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ବିଡ଼ିଓ ଡ଼ଃ ପଲବୀ ସ୍ୱାଇଁଙ୍କ ପୌରହିତରେ ହୋଇଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଦିଗପହଣ୍ଡି ବିଧ୍ୟାୟକ ସିଦ୍ଧାନ୍ତ ମହାପାତ୍ର, ତହସିଲଦାର ସପନ୍ନ କୁମାର ସାହୁ , ଭାରପ୍ରାପ୍ତ ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର ମଞ୍ଚଆସିନ ହୋଇଥିଲେ। ଜିପିଓ ସୁପ୍ରଭା ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଓ ଚଳିତ ବର୍ଷର ବିଷୟ ବସ୍ତୁ ଗୁଡିକ ଆଭିମୁଖ୍ୟ କାର୍ଯ୍ୟକାରୀର ବିବରଣୀ ପାଠ କରିଥିଲେ। ଆଲୋଚନା ବିଷୟ ବସ୍ତୁ ଗୁଡିକ ହେଲା ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ,ପାନୀୟ ଜଳ ଓ ପରିମଳ କାର୍ଯ୍ୟକ୍ରମ,କୃଷି ଓ ଉଦ୍ୟାନ ବିଭାଗ ସମ୍ଭତ୍ତ୍ୱେ ଆଲୋଚନା, ସାମାଜିକ ସୁରକ୍ଷା ବିଭାଗ ସମ୍ଭଵେ ଆଲୋଚନା, ପଶୁ ସମ୍ପଦ ବିଭାଗ ସମ୍ବନ୍ଧେ ଆଲୋଚନା, ଯୋଗାଣ ବିଭାଗ ସମ୍ବନ୍ଧେ ଆଲୋଚନା, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ,ମନରେଗା ଯୋଜନା ସହ‌ତ୍ତ୍ୱେ ଆଲୋଚନା, ପଂଚଦଶ କେନ୍ଦ୍ର ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ସମିତି ଅଂଶ ସମ୍ବନ୍ଧ, ଭନ୍ନୟନ ମୂଳକ କାର୍ଯ୍ୟ,ଅନ୍ୟାନ୍ୟ ସଭାପ‌ତିଙ୍କ ଆଦେଶକ୍ରମେ। ,ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ମହାତ୍ମା ଗାନ୍ଧୀଙ୍କ କର୍ମ ନିଯୁକ୍ତି ଯୋଜନାର ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୁରାଗ ରଥ ,ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ବ୍ରହ୍ମପୁର କନିଷ୍ଠ ଯନ୍ତ୍ରୀ,ସିଡିପିଓ କୁସୁମ ସାହୁ, ଚିକିତ୍ସା ଅଧିକାରୀ କୁକୁଡ଼ାଖଣ୍ଡି,କନିଷ୍ଠ ଯନ୍ତ୍ରୀ ପୂର୍ତ୍ତ ବିଭାଗର,କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ ବିଭାଗ, ଗୋଷ୍ଠୀ ଶିକ୍ଷା ଅଧିକାରୀ , ସହକାରୀ କୃଷିଅଧିକାରୀ ,ଉଦ୍ୟାନ ବିଭାଗୀୟ ସହକାରୀ ଅଧିକାରି,ବନାଞ୍ଚଳ ଅଧିକାରୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ ,ସହକାରୀ ପଶୁ ସମ୍ପଦ ଅଧିକାରୀ, ଜଳସେଚନ ବିଭାଗର ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ, ବିପିଏମ୍ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା, ପ୍ରମୁଖଙ୍କ ସମେତ କିଛି ସରପଞ୍ଚ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ପଟ୍ଟନାୟକ