

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) କରୋନାରେ ଲାଗିବ ବ୍ରେକ । ସବୁଦିନ ବଢିବ ଅଧିକରୁ ଅଧିକ ଟେଷ୍ଟ । ପରୀକ୍ଷା ପରେ ଆଉ ରହିବନି ସଂକ୍ରମଣର ଭୟ । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଆଣ୍ଟିଜେନ ଟେଷ୍ଟ । ସେହିପରି ଜିଲ୍ଲା ପ୍ରଶାସନର ନିର୍ଦେଶକ କ୍ରମେ ଆଜି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୁମ୍ପାପଡା ପଞ୍ଚାୟତର ଗଦାଧର ପ୍ରଧାନ ହାଇସ୍କୁଲ ଠାରେ ଆରମ୍ଭ ହେଇଯାଇଛି ଆଣ୍ଟିଜେନ ଟେଷ୍ଟ । ଏହି ଆଣ୍ଟି ପରେ ମାରାତ୍ମକ ଭାଇରସ ସମ୍ପର୍କରେ ମିଳିବ ଅଧିକ ତଥ୍ୟ । ଯାହାକି ଭାଇରସର ମୁକାବିଲା କରିବା ପାଇଁ ହବ ସହଜ । ତେଣୁ ନିଜ ପଞ୍ଚାୟତକୁ ସୁରକ୍ଷିତ ରଖିବା ପାଇଁ ସ୍ଥାନୀୟ ସରପଞ୍ଚ ଯଶୋବନ୍ତ ବଳବନ୍ତ ସାହାଣୀ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପଞ୍ଚାୟତର ସବୁ ଗାଁ ଗାଁ ବୁଲି ଆଣ୍ଟି ଜେନ ଟେଷ୍ଟ ପାଇଁ ପ୍ରଚାର କରିବା ସହ ନିଜ ପଞ୍ଚାୟତରୁ ଭାଇରସ ହରାଇବା ପାଇଁ ନେଇଛନ୍ତି ଦୃଢ ସଂକଳ୍ପ । ଏବଂ ଲୋକଙ୍କୁ ଦେଇଛନ୍ତି ସଚେତନତାର ବାର୍ତ୍ତା । ଏହି ଆଣ୍ଟି ଜେନ ଟେଷ୍ଟ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଶା, ଅଙ୍ଗନବାଡି, ଡାକ୍ତର ଟିମ ପହଞ୍ଚି ଲୋକଙ୍କୁ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ଉତ୍ସାହିତ କରୁଛନ୍ତି ।