କୃଷକ ଅଧିକାର ଯଥାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ସିପିଆଇ…

ଛତ୍ରପୁର (ସମୃଦ୍ଧ ଓଡିଶା) କୃଷକ ଅଧିକାର ଯଥାକୁ ସିପିଆଇ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିବା ଜଣାପଡିଛି । ସୂଚନା ଅନୂଯାୟୀ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ତିନୋଟି କଳା କୃଷି ଆଇନ ବାତିଲ କରିବା, ପ୍ରାଇଭେଟ୍ ମଣ୍ଡି ଆଇନ ରଦ୍ଦ କରିବା, ଚୁକ୍ତି ଚାଷ ଆଇନ ରଦ୍ଦ କରିବା, ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ଆଇନ ୨୦୨୦ର ରଦ୍ଦ କରିବା, ଧାନ କ୍ୱିଣ୍ଟାଲ ପ୍ରତି ୩ ହଜାର ଏମ୍‌ଏସ୍‌ପି ପ୍ରଦାନ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବା ଓ କୃଷି ଜାତ ଏବଂ ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଦାବିରେ ଆଜି ଭୁବନେଶ୍ୱର ଠାରୁ କୃଷକ ଅଧିକାର ଯାତ୍ରାରେ ବାହାରିଥିବା ଏକ ଯଥା ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ପହଞ୍ଚିଥିଲା । ଏହି ଯାତ୍ରାରେ ଅଖିଳ ଭାରତ କୃଷକ ସଭାର ଶଶିଭୂଷଣ ସ୍ୱାଇଁ, ଓଡିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଲିଙ୍ଗରାଜ, ଅଖିଳ ଭାରତ କୃଷକ ମହାସଭାର ସର୍ବେଶ୍ୱର ଭାରତୀ, ପ୍ରଫୁଲ ସାମନ୍ତରା, ଶ୍ରୀକାନ୍ତ ମହାନ୍ତି ସମେତ ୨୦ ଜଣିଆ ପ୍ରତିନିଧି ଦଳ ରହିଛନ୍ତି । ଏହି ଯଥାକୁ ଛତ୍ରପୁର ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ନେତା ଓ କର୍ମୀମାନେ ଏକ ବାଇକ୍ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ମୋଦି ହଟାଅ ଦେଶ ବଞ୍ଚାଅ ନାରା ଦେଇ କୃଷକମାନଙ୍କ ଦାବି ଉପରେ ସ୍ଲୋଗାନ୍ ଦେଇଥିଲେ । ପରେ ଛତ୍ରପୁର ଲୋୟର ବସଷ୍ଟାଣ୍ଡ ଏକ ପ୍ରତିବାଦରେ ସଭାରେ ପୂର୍ବତନ ବିଧାୟକ ଏନ୍‌,ନାରାୟଣ ରେଡ୍ଡୀ, ଅଖିଳ ଭାରତ କୃଷକ ସଭା ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ, ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ୍ ସଂପାଦକ ଏସ୍‌.କ୍ରିଷ୍ଣା ରେଡ୍ଡୀ, ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡୀ, ଗୋକୁଳ ଚନ୍ଦ୍ର ପଣ୍ଡା, ଗୁରୁନାଥ ପ୍ରଧାନ, ଡି.ଆଦି ନାରାୟଣ ରେଡ୍ଡୀ, ଚିଙ୍କାରା ବେହେରା, ଏନ୍‌.ଗିରିଜା ପ୍ରସାଦ ରେଡ୍ଡୀଙ୍କ ସମେତ ବହୁ ନେତାକର୍ମୀ ଉପସ୍ଥିତ ରହି କୃଷକ ତଥା ଚାଷୀମାରଣ ନୀତି ନେଇ କେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଏବଂ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଆହ୍ୱାନରେ ନଭେମ୍ବର ୨୭ ଠାରୁ ଆରମ୍ଭ ହୋଇଥିବା ଦିଲ୍ଲୀ ଚାଲ କୃଷକ ଆନ୍ଦୋଳନ ମୋଦି ସରକାର ଦ୍ୱାରା କରାଯାଇଥିବା ସମସ୍ତ ପ୍ରକାର ବାଧାବିଘ୍ନ ଅତ୍ୟାଚାର ଦମନକୁ ସାମ୍ନା କରି ଦୀର୍ଘ ୩ ମାସରୁ ଅଧିକା ସମୟ ଧରି ଚାଲୁ ରହୁଛି କୃଷକ ଆନ୍ଦୋଳନ । ଏହାକୁ ସମର୍ଥନ ଜଣାଇ ଅଖିଳ ଭାରତ ସଂଘର୍ଷ ସମନ୍ୱୟ ସମିତି ଓଡିଶା ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ କୃଷକଙ୍କ ହକ୍ ପାଇଁ ମାର୍ଚ୍ଚ ୧୨ରୁ ୨୩ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କୃଷକ ଅଧିକାର ଯାତ୍ରା ଆରମ୍ଭ ହୋଇଛି ।