କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ମହିଳା ମାନଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଉପରେ ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚାର ମହିଳାମାନେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି 
ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚାର ମହିଳାମାନେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି

ଢେଙ୍କାନାଳ (ଶୁଭମ ପାଣି) କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥିଙ୍କ ମହିଳାମାନଙ୍କ ପ୍ରତି ଦେଇଥିବା ଆଶାଳୀନ ବକ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ ଓ ନୀନ୍ଦନୀୟ ବୋଲି ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଘୋରନିନ୍ଦା କରାଯାଇଛି । ମାଁ ଭଉଣୀମାନଙ୍କ ସମ୍ମାନକୁ ଭୁଲୁଣ୍ଠିତ କରିବା ପାଇଁ ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତା ଦିଆଯାଇନାହିଁ। ରାଜ୍ୟର ପ୍ରତି ମହିଳାଙ୍କ ଦୁଇ ଦୁଇ ଜଣ ସ୍ୱାମୀ ବୋଲି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ମହାରଥି କହିଥିବା ବେଳେ ମନ୍ତ୍ରୀଙ୍କ ବକ୍ତବ୍ୟକୁ ୭୨ ଘଂଟା ବିତିଯାଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏହା ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନଙ୍କୁ କଷ୍ଟ ଦେବା ସହ ମ୍ରିୟମାଣ କରିଛି ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।ରାଜ୍ୟ ମନ୍ତ୍ରୀମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ଏଭଳି ସମ୍ମାନହାନୀସୁଚକ ବକ୍ତବ୍ୟ ପ୍ରତିବାଦରେ ମହିଳା ମୋର୍ଚ୍ଚା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶ ପୁତଳିକା ଦାହ କରିବ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ  ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଧେଶ କ୍ରମେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଆଯାଇଛି। ଏହି ପରିପେକ୍ଷୀରେ ଢେଙ୍କାନାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜୋରଜାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ବିଭିନ୍ନ ସ୍ଥାନରେ ମହିଳାମାନେ ପ୍ରଦୀପ ମହାରଥୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।