
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) କଂଗ୍ରେସ୍ ସେବାଦଳର ଗଜପତି ଜିଲ୍ଲା ସଭାପତି ଭାବେ କୃଷ୍ଣ କୁମାର ବେହେରା ମନୋନୀତ ହୋଇଛନ୍ତି । ସେହିଭଳି ଯୁବ ସଂଯୋଜକ ଭାବେ ପ୍ରବୀଣ କୁମାର ଲିମା, ମହିଳା ସଭାନେତ୍ରୀ ଭାବେ ଜେଷ୍ଟ ଗମାଙ୍ଗଙ୍କୁ ମନୋନୀତ କରାଯାଇଛି । ଏହି ମନୋନୀତ କାର୍ଯ୍ୟକ୍ରମ ଭୂବନେଶ୍ୱର ଠାରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସେବାଦଳର ମୁଖ୍ୟ ବିରେନ୍ ପଟ୍ଟନାୟକ, ପୂର୍ବତନ ସାଂସଦ ବିଭୂ ତରାଇଙ୍କ ସମେତ ରାଜ୍ୟସ୍ତରୀୟ ସମସ୍ତ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଛନ୍ତି ।