କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକର କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ”ବନ ମହୋତ୍ସବ” ସପ୍ତାହ ଅବସରରେ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ସବର, ଓଏଏସଆଇ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ଓଇଏସଆଇଆଇ, ଦିଗପହଣ୍ଡି ବ୍ଲକ ବନ ଅଧିକାରୀ ପରମାନନ୍ଦ ଏବଂ ସମ୍ମାନିତ ଅତିଥି ଭାବେ କୁଶାପଡା ଗ୍ରାମ ପଂଚାୟତ ସରପଞ୍ଚ ପ୍ରତିନିଧି ଏସ.ଗାନ୍ଧୀ ଦୋରା, ବିଦ୍ୟାଳୟ ସଭାପତି କୁରେସୁ ରଣା, ଆଂକୋରଡ଼ା କ୍ଲଷ୍ଟର ସିଆରସିସି ଶ୍ରୀମତୀ ସ୍ଵୟମପ୍ରଭା ପଟ୍ଟନାୟକ, ଫରେଷ୍ଟର ନୀଳମାଧବ ଜେନା, ସୀତାରାମ ପାତ୍ର, ବିଜୟ ମାଝୀ, ଉପେନ୍ଦ୍ର ରେଡି, ଶିକ୍ଷକଗଣ ଏଲ.କୃଷ୍ଣମୂର୍ତ୍ତି ଦୋରା, ରାମଚନ୍ଦ୍ର ସେଠି, ପ୍ରଭାକର ଘଡେଇ, ଶୁଭଶ୍ରୀ ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିସରରେ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରାୟ ୧୦୦ ଗୋଟି ଚାରାରୋପଣ କରିବା ସହ ”ପିଲାଟିଏ ଗଛଟିଏ” ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡାଙ୍କ ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟର ପିଲାମାନେ, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ଶିକ୍ଷକଗଣ ସହ ଗ୍ରାମବାସୀ ଚାରାରୋପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମହୋଦୟ ପ୍ରତ୍ୟେକ ପିଲା ଓ ଅଭିଭାବକମାନଙ୍କୁ ତାଙ୍କ ଘରର ସମ୍ମୁଖରେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ : ଗୋପୀନାଥ ପଟ୍ଟନାୟକ