କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସ୍ୱାଧୀନତା ଦିବସ ପାଳିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହାପରେ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ୱାର୍ଡମେମ୍ବର ଅର୍ଜୁନ ରଣା ଓ କେ.ଦୁଃଖୀରାମ ଦୋରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ତଥା ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକ ୭୩ ତମ ସ୍ୱାଧୀନତା ପୂର୍ବରୁ ଓ ପରେ ଦେଶର ଉନ୍ନତି କରଣ ବିଷୟରେ ବୁଝାଇଥିଲେ । ଏହାସହ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ପରଧିବୃଦ୍ଧି କରିବାରେ ସହାୟକ ସହ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଉପଦେଶ ଓ ଆଦେଶ ପ୍ରକାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ପରିମଳ ନିର୍ମଳ, ପଲିଥିନ ବର୍ଜନ, “ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ” ‘ଖାଲି ପାଦରେ ନା’ ପାଠାଗାର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଏବଂ ଗ୍ରାମବାସୀଙ୍କ ସହଯୋଗ ପିତାମାତାଙ୍କ ପିଲାଙ୍କ ପ୍ରତି ଗୁରୁତ୍ୱ ଦେବା ପ୍ରତିଧ୍ୟାନ ଦେବା ଉପରେ ସମସ୍ତଙ୍କୁ ବୁଝାଇଥିଲେ । ଏଥିରେ ଆଜିର ମୁଖ୍ୟ ଉଦ୍ଦେଶ୍ୟ ରଖି ‘ପଲିଥିନ ମୁକ୍ତ, ସ୍ୱଚ୍ଛ ଭାରତ ସହ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ରକ୍ଷା କରିବା ନିମନ୍ତେ ବିଦ୍ୟାଳୟର ରାସ୍ତା ସଫା କରାଯାଇଥିଲା । ଏଥିରେ ଗ୍ରାମର ସିମାଞ୍ଚଳ ମହାରଣା, ଲିଟୁ ରଣା, ଭଗବାନ ସାହୁ, ଅନିଲ ମହାରଣା, ପାଣ୍ଡା ଗୌଡ଼, ଜି.ଦୟା ଦୋରା, ଭଗବାନ ଡାକୁଆ ଏବଂ ଗ୍ରାମର ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକଗଣ ଏଲ.କୃଷ୍ଣମୁର୍ତ୍ତି ଦୋରା, ରାମଚନ୍ଦ୍ର ସେଠି, ଶୁଭଶ୍ରୀ ସାହୁ, ପ୍ରଭାକର ଘଡେଇ ପରିଚାଳନା କରିଥିଲେ ।

ରିପୋର୍ଟ : ଗୋପୀନାଥ ପଟ୍ଟନାୟକ