କେଦାରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ”ପାଣି ଘଣ୍ଟି” କାର୍ଯ୍ୟକ୍ରମର ଶୁଭାରମ୍ଭ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁସପଡା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପାଣି ଘଣ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ.ନିରଞ୍ଜନ ରେଡି, ସମ୍ମାନୀତ ଅତିଥି ଭାବେ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏସ.ଗାନ୍ଧୀ ଦୋରା ଯୋଗ ଦେଇଥିଲେ । ଏହାସହ ଗ୍ରାମ ୩ ଜଣ ଓଡ ସଭ୍ୟ ଅର୍ଜୁନ ରଣା, ଦୁଖୀ ଦୋରା ଓ ଶିବରାମ ନାଇକ ଓ ବିଦ୍ୟାଳୟ ସଭାପତି କୁରସୁ ରଣା ଅଂଶ ଗ୍ରହଣ କରିଥିଲେ । ପାଣି ଘଣ୍ଟି ବାଜିବା ପରେ ପିଲାମାନେ ଏକତ୍ରିତ ହୋଇଥିଲେ । ଏହାପରେ ମୁଖ୍ୟ ଅତିଥି ଏମ.ନିରଞ୍ଜନ ରେଡି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ସମସ୍ତ ଉପସ୍ଥିତ ଥିବା ଅତିଥିମାନେ ପାଣି ପିଇ ଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଚାଲିଛି । ସୋମବାର ଠାରୁ ଶୁକ୍ରବାର ପ୍ରତ୍ୟେକ ୧୧.୪୦, ୧.୩୦ ଓ ଅପରାହ୍ନ ୩.୧୫ରେ ଏହି ଘଣ୍ଟି ବାଜିବ ଆଉ ପିଲାମାନେ ପାଣି ପିଇବେ । ଶନିବାର ଦିନ ସକାଳ ୮ଘଣ୍ଟା, ୯.୩୦ ଓ ୧୦.୪୦ ସମୟେରେ ଏହି ଘଣ୍ଟି ବାଜିବ । ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ସବଳ ସମେତ ଶରୀର ଭଲ ରହିବ ତେଣୁ ପିଲାମାନେ ପାଣି ପିଇବା ଆବଶ୍ୟକ । କୁଶପଡା ପଞ୍ଚାୟତରେ ମୋଟ ଚାରଟି ବିଦ୍ୟାଳୟରେ ୬୦୦ରୁ ଉର୍ଦ୍ଧ୍ବ ପିଲା ପଡୁଥିବା ଯୋଗୁଁ ସେମାନଙ୍କୁ ପାଣି ବୋତଲ ଯୋଗାଇବା ପାଇଁ ମୁଖ୍ୟ ଅତିଥିଙ୍କୁ ଅନୁରୋଧ କରାଯାଇଥିବା ବେଳ ସେ ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି । ବିଦ୍ୟାଳୟର ଏହି କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଆୟୋଜନ କରିଥିଲେ ।

ରିପୋର୍ଟ : ଗୋପୀନାଥ ପଟ୍ଟନାୟକ