କେନ୍ଦ୍ର ସରକାରଙ୍କ ତୃଟୀପୂର୍ଣ୍ଣ ନୀତି ଓ ଦାୟୀତ୍ୱହିନତା ପାଇଁ ତୈଳ ଦର ବୃଦ୍ଧି ପାଇଛି- ଅର୍ଥମନ୍ତ୍ରୀ

ଭୁବନେଶ୍ୱର ( ଆକାଶ ମିଶ୍ର ) – କେନ୍ଦ୍ର ସରକାରଙ୍କ ତୃଟୀପୂର୍ଣ୍ଣ ନୀତି ଓ ଦାୟୀତ୍ୱହିନତା ପାଇଁ ତୈଳ ଦର ବୃଦ୍ଧି ପାଇଛି  । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିରେ ମଧ୍ୟ ଏହା ସହାୟକ ହୋଇଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରକାଶ କରିଛନ୍ତି  । ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ତୈଳ କମ୍ପାନୀ ନିକଟରେ କେନ୍ଦ୍ର ସରକାର ହାତବାନ୍ଧି ବସି ରହିଛନ୍ତି  । ସେମାନଙ୍କ ସହିତ ସାଲିସ୍ ମଧ୍ୟ କରିଛନ୍ତି  । ଯାହା ଫଳରେ ସେମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ନାହିଁ  । ଯଦ୍ୱାରା ସାଧାରଣ ଜନତା କେବଳ ହନ୍ତସନ୍ତ ହେଉଛନ୍ତି  । ଅନ୍ୟପକ୍ଷରେ ଅର୍ଥ ମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ସମାଲୋଚନା କରି ଦଳର ଉପସଭାପତି ଶ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି ଯେ, ତୈଳ ଦର ବୃଦ୍ଧିକୁ ନେଇ ବିଜେଡ଼ି ଦଳ ଫମ୍ପା ରାଜନୀତି କରୁଛି  । ଅର୍ଥ ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ହାଲୁକା ଓ ଶସ୍ତା । ଇତିମଧ୍ୟରେ ୧୩ ଟି ରାଜ୍ୟ ଭାଟ୍ ଏବଂ କେନ୍ଦ୍ର ସରକାର ଏଳସାଇଜ୍ ଟାକ୍ସ ୨ ଟଙ୍କା ୫୦ ପଇସା ହ୍ରାସ କରିସାରିଥିବା ବେଳେ ରାଜ୍ୟ ସରକାର ସେ ଦିଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି  । ଜନସାଧାରଣ ପ୍ରତି ଏମାନଙ୍କର ଦରଦ କେତେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ  ।