ଭଞ୍ଜନଗର (ସମୃଦ୍ଧ ଓଡିଶା) ୧୨ ଗୋଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରା ପ୍ରକାରେ ଗତକାଲି ୮ ଦଫା ଦାବି ନେଇ ପ୍ରତ୍ୟେକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଭଞ୍ଜନଗର ଶ୍ରମିକ କର୍ମଚାରୀ ସମନ୍ଵୟ ସମିତିର ସମ୍ପାଦକ ହରେକୃଷ୍ଣ ସାହୁଙ୍କ ନେତୃତ୍ୱରେ ଭଞ୍ଜନଗର ଭାରତ ସଂଚାର ନିଗମ ଲିମିଟେଡ଼ କାର୍ଯ୍ୟାଳୟ ସମ୍ମୁଖରେ କାଜୁଏଲ କର୍ମଚାରୀମାନେ “କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି” ବିରୁଦ୍ଧରେ ସାମାଜିକ ଦୂରତା ନିୟମ ମାନି ବିକ୍ଷୋବ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରୀୟ ଶ୍ରମ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା, ୮ ଘଣ୍ଟା କାର୍ଯ୍ୟ ବଦଳରେ ୧୨ ଘଣ୍ଟା କାର୍ଯ୍ୟ ଆଇନକୁ ରଦ୍ଦକରିବା, ରାଷ୍ଟ୍ରାୟତ ସଂସ୍ଥାକୁ ଘରୋଇ କମ୍ପାନୀ ହାତକୁ ଟେକିଦେବା, ଡିଏଓଡିଆର ୧୮ ମାସ ପର୍ଯ୍ୟନ୍ତ ବନ୍ଦ କରିବା ପ୍ରତ୍ୟାହାର କରାଯାଉ, ବିଦେଶୀ କମ୍ପାନୀ ଓ ଦେଶୀ କମ୍ପାନୀଙ୍କ ଭାଗୁଆଳି ଗବେଷଣା ବନ୍ଦ କରାଯାଉ, ପ୍ରତିରକ୍ଷା ବିଭାଗରୁ ୭୪% ପୁଞ୍ଜି ପ୍ରତ୍ୟାହାର ବନ୍ଦ କରାଯାଉ, କୃଷିକ୍ଷେତ୍ରରେ ଅଧିକପୁଞ୍ଜି ବିନିଯୋଗ କରାଯାଉ, ପୁଞ୍ଜିପତି ତୋଷଣନୀତି ବିରୁଦ୍ଧରେ ପ୍ରତିବାଦ କରିବା ଇତ୍ୟାଦି ୮ ଦଫା ଦାବିନେଇ ବିକ୍ଷୋବ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନରେ ବିଏସଏନଏଲ ଠିକାକର୍ମଚାରୀ ସଂଘର ସଭାପତି ପ୍ରେମାନନ୍ଦ ରାଉତରାୟ, ସମ୍ପାଦକ ମୋହନ ଗୌଡ଼, ବରିଷ୍ଠ କର୍ମଚାରୀ ରତିକାନ୍ତ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ ।
ରିପୋର୍ଟ – ନିଲୁ ବିଷୋୟୀ