

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସ୍ୱପ୍ନାପତି ଫାଉଣ୍ଡେସନ ପକ୍ଷରୁ ସପ୍ତମ ଥର ପାଇଁ ହର୍ବାଲହୋଲିର ଆୟୋଜନ କରାଯାଇଛି । ଆସନ୍ତା ମାସ ୨୦ ତାରିଖରେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ହୋଟେଲ କଳିଙ୍ଗ ଅଶୋକା ପରିସରରେ ଅନୁଷ୍ଠିତ ହେବ । ଏଥିରେ ବହୁ ସେଲିବି୍ରଟି ଓ ରାଜନେତାମାନେ ଯୋଗଦେବେ । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ମୁଖ୍ୟ ସ୍ୱପ୍ନାପତୀ ଏବଂ ବ୍ରାଣ୍ଡ ଆମ୍ବାସାଡ଼ର ତଥା ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଏହି ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଆସନ୍ତା ମାସ ୨୨ ତାରିଖରେ ପବିତ୍ର ହୋଲି ଉତ୍ସବ ପାଳନ ହେଉଛି । ଏହାର ଅବ୍ୟବହିତ ପୂର୍ବରୁ ଫାଉଣ୍ଡେସନ ପକ୍ଷରୁ ହର୍ବାଲହୋଲି କାର୍ଯ୍ୟକ୍ରମ କରାଯିବ । କେମିକାଲ୍ ମିଶ୍ରିତ ବିଭିନ୍ନ ରଙ୍ଗ ହୋଲିରେ ବ୍ୟବହାର ନକରିବା ପାଇଁ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ।
ରିପୋର୍ଟ : ଆକାଶ ମିଶ୍ର
