କେମିତି ଚାଲିଛି ଶଙ୍କର ଚକ୍ଷୁ ଚିକିତ୍ସାଳୟ:ଜିଲ୍ଲାପାଳଙ୍କୁ ଜଣାଇଲେ ପରିଚାଳକ…

ଛତ୍ରପୁର (ସମୃଦ୍ଧ ଓଡିଶା) ହିଂଜିଳି ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସମ୍ପାଦକ ଟ୍ରଷ୍ଟି ଏସ. ବିଶ୍ୱନାଥ ଓ ପରାମର୍ଶଦାତା ଲୋକସମ୍ପର୍କ ଅଧିକାରୀ ବି.ଶ୍ରୀନିବାଶ ରାଓ, ଗତକାଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଚିକିତ୍ସାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ଜୁନ ୨୦୧୬ଠାରୁ ଆରମ୍ଭ ହୋଇଥିବା ଚକ୍ଷୁ ଚିକତ୍ସାଳୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ଚକ୍ଷୁ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଥିବାବେଳେ ଲକ୍ଷାଧିକ ରୋଗୀଙ୍କ ପରୀକ୍ଷା କରାଯାଇଥିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଆଗାମୀ ଦିନରେ ୨୦୧୯-୨୦ ବର୍ଷଠାରୁ ଚିକିତ୍ସାଳୟ ପକ୍ଷରୁ ପ୍ରତ୍ୟେକ ବର୍ଷ ୧୦ ହଜାରରୁ ଉର୍ଦ୍ଧ ଚକ୍ଷୁ ରୋଗୀଙ୍କ ଅସ୍ତ୍ରୋପଚାର କରିବା ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ । ଏହା ସହ ଶଙ୍କର ଚିକିତ୍ସାଳୟ ପକ୍ଷରୁ ଛତ୍ରପୁର ଓ ବ୍ରହ୍ମପୁରଠାରେ ଚକ୍ଷୁ ରୋଗୀଙ୍କ ସହାୟତା ନିମନ୍ତେ ବିଜନ କେୟାର ସେଂଟର ଖୋଲାଯାଇ ଲୋକମାନଙ୍କୁ ପରୀକ୍ଷାରେ ସୁବିଧା କରାଯାଉଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମ୍ପାଦକ ଓ ପରାମର୍ଶଦାତା ଉଭୟଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ସହ ଦୁଇ ଜଣ ଗୋପାଳପୁର ବନ୍ଦରର ଡିଜିଏମ୍ କେ.ହରିନାଥଙ୍କ ସହ ସାକ୍ଷାତ କରିଥିଲେ । ଏହି ଚିକିତ୍ସାଳୟର ମୂଳ ଲକ୍ଷ୍ୟ ହେଲା ଜିଲ୍ଲାର ଅନ୍ଧତ୍ୱ ଦୁରୀକରଣ କରିବା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା