

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୋଶାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାଥି ଗୌରାଙ୍ଗ ପ୍ରଧାନଙ୍କ ଏକ ମେଘା ରାଲି ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୩୦ଟି ଅଟରିସ୍କା, ୧୦୦ରୁ ଉର୍ଦ୍ଧ୍ଵ ମୋଟର ସାଇକେଲ ଓ ୫୦୦ରୁ ଉର୍ଦ୍ଧ୍ଵ ପୁରୁଷ ଓ ମହିଳାଙ୍କ ଉପସ୍ଥିତିରେ ଏହି ରାଲି ହୋଇଥିଲା । ଏହି ପଞ୍ଚାୟତରେ ୮ଜଣ ସରପଞ୍ଚ ପ୍ରାଥି ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଶିକ୍ଷିତ ଓ ୩୦ବର୍ଷର ରାଜନୀତି ଅଭିଜ୍ଞ ଥିବା ସରପଞ୍ଚ ପ୍ରାଥି ଗୌରାଙ୍ଗ ପ୍ରଧାନଙ୍କୁ ଗ୍ରାମବାସୀ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ରାଲିରେ ଗ୍ରାମବାସୀମାନେ ଅତି ଆଗ୍ରହ ସହ ଶ୍ରୀ ପ୍ରଧାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗର ଜଣାଉଛି । ଲୋକେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ଓଡ଼ିଶାର ବିକାଶକୁ ଦେଖି ଭୋଟ ଦେବେ ବୋଲି ସ୍ଥାନୀୟ ଗ୍ରାମବାସୀ ଜଣାଇଛନ୍ତି । ଆହୁରି ଗ୍ରାମବାସୀ ଜଣାଇଛନ୍ତି କି ଗୌରାଙ୍ଗ ବାବୁ ସରପଞ୍ଚ ହେଲେ ଆମ ପଞ୍ଚାୟତ ବିଭିନ୍ନ ଉର୍ଣ୍ଣତମୂଳକ କାର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା