ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ପୃଥିବୀରେ କରୋନା ପାଇଁ ହଇଚଇ ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଜଳେଶ୍ୱର ପ୍ରଶାସନର ତାଗିତ୍ ମଧ୍ୟ କରାଯାଇଥିଲା । ମାତ୍ର ଏହାର ମୋଣସି ପ୍ରଭାବ ଜଳେଶ୍ୱର ବ୍ଲକ ଅନ୍ତର୍ଗତ କେଶପୁରା ଓ ଡିଙ୍ଗାଶୋଳ ହାଟରେ ଜନସାଧାରଣ ମାନୁନାହାନ୍ତି । ସେମାନେ ପ୍ରବଳ ଗହଳି କରିବା ସହିତ କୌଣସି ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳିଛି । ଏହି ହାଟ ଦ୍ୱୟ ସପ୍ତାହରେ ଥରେ ବସୁଥିଲେ ହେଁ ଏହା ଉପରେ ୬ଟି ପଞ୍ଚାୟତ ନିର୍ଭର କରୁଥିବାରୁ ସେଠାକୁ ଏକକାଳିନ ବହୁ ଲୋକ ଆସି କିଣାବିକା କରୁଛନ୍ତି । ପ୍ରଶାସନ ହାଟ ନ କରିବା ପାଇଁ କହୁଥିବା ସ୍ଥଳେ ଲୋକେ ହାଟକୁ ଆସି ପ୍ରବଳ ଭିଡ କରୁଥିବା ଦେଖିବାକୁ ମିଳୁଛି । ତେଣୁ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଏପରି ମହାମାରୀ ସଂକ୍ରମଣରୁ ରକ୍ଷା କରିବା ପାଇଁ ସ୍ଥାନୀୟ ବହୁ ବୁଦ୍ଧିଜିବୀ ମାନେ ଦାବୀ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା