ଛତ୍ରପୁର (ସମୃଦ୍ଧ ଓଡିଶା) କେସରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗଞ୍ଜାମ ଓ ବ୍ରହ୍ମପୁରରେ ସମସ୍ତ ରେଳ ଯାତାୟାତ ପୁନଃ ଚାଲୁ କରିବା ପାଇଁ ଦାବୀ କରାଯାଇଛି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଅହରହ ବୃଦ୍ଧି ଯୋଗୁଁ ଜୁଲାଇ ୨୯ ତାରିଖରୁ ବ୍ରହ୍ମପୁର ଏବଂ ବାଲୁଗାଁ ରେଳଷ୍ଟେସନରେ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ କରାଯାଇଥିଲା । କିନ୍ତୁ ଜନସାଧାରଣ ଭୁବନେଶ୍ୱରରେ ଓହ୍ଲାଇ ଗଞ୍ଜାମକୁ କାର୍ କରି ଆସିବା ଅତ୍ୟନ୍ତ ଖର୍ଚ୍ଚାନ୍ତ ଏବଂ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଆଜି ମଧୁସୂଦନ ସାହୁଙ୍କ ନେତୃତ୍ଵରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦ୍ୱାରା ପୁନଃ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି । କେସରୀୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ମଧୁସୂଦନ ସାହୁ, ରାଜ୍ୟ ଯୁବ ସଂଯୋଜକ ଗଜେନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ମହାନଗର ସଭାପତି ନରେଶ କୁମାର ବେହେରା, ଜିଲ୍ଲା ଶୈଖ୍ୟଣୀକ ପ୍ରବନ୍ଧକ ପଦ୍ମଚରଣ ଦାସ, ଛତ୍ରପୁର ଏନ୍ ଏ ସି ଅଧ୍ୟଖ୍ୟ ମନୋରଞ୍ଜନ ମହାପାତ୍ର, ଛତ୍ରପୁର ବ୍ଲକ୍ ଅଧ୍ୟଖ୍ୟ କେଦାର ରାଉଳ, ଉମାଶଙ୍କର ପାଣି, ଅରୁଣ କୁମାର ପାଣିଗ୍ରାହୀ, ବୃନ୍ଦାବନ ବେହେରା, ଅମ୍ବୁଜା ଚରଣ ସାହୁ, ବିଷ୍ଣୂଦେବ, ରବି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା