

ରାୟଗଡ଼ା (ସମୃଦ୍ଧ ଓଡିଶା) ଗତକାଲି ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନର ୪ଟି ବଗିରେ ନିଆଁ ଲାଗିଯାଇଥିଲା । ଟ୍ରେନ୍ଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ବିହାରର ଦରବଙ୍ଗାକୁ ଯାଉଥିଲା । ବଗିରୁ ଧୁଆଁ ବାହାରୁଥିବା ଦେଖି ରେଳ ବିଭାଗର ଅଧିକାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ପ୍ରବଳ ଗରମ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
