କୋଟସାହି ପଞ୍ଚାୟତର ନବଘୋଷିତ ସମିତିସଭ୍ୟା ପ୍ରତିଭା ନାଥଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟାରେ ଜଳେଶ୍ୱର ବ୍ଲକ୍ ଅର୍ନ୍ତଗତ କୋଟସାହି ଗ୍ରାମପଞ୍ଚାୟତର ନବଘୋଷିତ ସମିତିସଭ୍ୟା ପ୍ରତିଭା ନାଥଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ଏକ ବୈଠକ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ଜଜ୍ ପୂର୍ବରୁ ନିର୍ବାଚିତ ହୋଇଥିବା ସମିତିସଭ୍ୟା ଶାନ୍ତିଲତା ନାଥଙ୍କୁ ଅଯୋଗ୍ୟ ଘୋଷଣା କରିବାପରେ ନିର୍ବାଚନ ଆଇନ୍ ୧୯୯୧ର ଧାରା ୩୩(୧) ଅନୁଯାୟୀ ଗତ ଜାନୁଯାୟୀ ୧୯ତାରିଖରେ ଏହି ଯୋଗାନ୍ତକାରୀ ରାୟ ପ୍ରଦାନ କରିଛନ୍ତି । ତାଙ୍କର ସେହି ରାୟ ଆଧାରରେ ବାଲେଶ୍ୱର ଜିଲ୍ଲାପାଳ ପତ୍ରସଂଖ୍ୟା ନଂ୨୨ମ୍ବର ତା.୦୪.୦୨.୨୦୧୯ରିଖରେ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରତିଭା ନାଥଙ୍କୁ କୋଟସାହି ପଞ୍ଚାୟତର ନୂତନ ସମିତି ସଭ୍ୟା ରୂପେ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଭା ନାଥ ଯୋଗ ଦେଇ ଜିଲ୍ଲାପାଳକୁ ଧନ୍ୟବାଦ ପ୍ରଦାନ କରିବା ସହିତ ବିର ବ୍ୟବସ୍ଥା ପ୍ରତି ଅସ୍ଥା ପ୍ରକଟ କରିଛନ୍ତି । ରାଜ୍ୟ କଂଗ୍ରେସ କମିଟିର ପ୍ରବକ୍ତା ସୁଦର୍ଶନ ଦାସ, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ରାଜୀବ ପରିଡ଼ା, ବିରଞ୍ଚିନାରାୟଣ ଭୂୟାଁ, ଜୋନ କମିଟି ସଭାପତି ଜଗଦିଶ୍ ଚନ୍ଦ୍ର ନନ୍ଦୀ, ଯୁବ କ୍ରଂଗ୍ରେସ ଜଳେଶ୍ୱର ନିର୍ବାଚନମଣ୍ଡଳ ସଭାପତି ଗିରିଜାଶଙ୍କର ଦାସ, ବର୍ତ୍ତନା ସରପଞ୍ଚ ପଦ୍ମଲୋଚନ ବେହେରା, କଂଗ୍ରେସ ନେତା ଗୋପାଳଚନ୍ଦ୍ର ଜେନା, ବିକର୍ତ୍ତନ ଜେନା, ରବିନ୍ଦ୍ର ଜେନା, ବଳରାମ ଜେନା ପ୍ରମୁଖ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା