

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ହିନ୍ଦୋଳ ଉପଖଣ୍ଡରେ ସ୍ଵତନ୍ତ୍ର କୋଭିଡ କେୟାର ସେଣ୍ଟରକୁ ଢେଙ୍କାନାଳ ଜିଲ୍ଲାପାଳ ଉଦଘାଟନ କରିଛନ୍ତି । ୫୦ ଶଯ୍ୟା ବିଶିଷ୍ଟ ଏହି ଉପଖଣ୍ଡ ସ୍ଥାରୀୟ କେୟାର ସେଣ୍ଟରରେ ସମସ୍ତ ଡାକ୍ତର ନର୍ସ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ହୋଇ ସାରିଛି । ଏଥିପାଇଁ ୨ ଜଣ ଆଇସୁ ଡାକ୍ତର ଦମୟନ୍ତୀ ସେଠି ଓ ଅନିମା ନାଏକ ଏବଂ ୨୦ ଜଣ ନର୍ସଙ୍କୁ ନିଯୁକ୍ତ କରାଯାଇଛି । ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସୁଷମା ରାଣୀ ମିଶ୍ର, ବିଡ଼ିଓ ହେମନ୍ତ ଉପଜିଲ୍ଲାପାଳ ଉଦୟ ନାଥ ମହାପାତ୍ର, ବିଡ଼ିଓ ହେମନ୍ତ କୁମାର ମହାନ୍ତ, ଉପଖଣ୍ଡ ଚିକିତ୍ସାଧିକାରୀ, ତହସିଲଦାର ଅଜୟ କୁମାର ସିଂହ, ବିପିଓ ସୋନାଲି ପ୍ରିୟା ଦର୍ଶୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।