ଛତ୍ରପୁର (ସମୃଦ୍ଧ ଓଡିଶା) କୋରାନାର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ମେ ୫ ଠାରୁ ମେ ୧୯ ଯାଏଁ ତଥା ୧୪ ଦିନିଆ ଲକଡାଉନ ଜାରି ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମେ ୨ ତାରିଖରେ ଘୋଷଣା କରାଯାଇଥିବା ବେଳେ ଲକଡାଉନ ବେଳେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମେ ୫ ସକାଳ ୬ଟାରୁ ମେ ୧୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ପୂର୍ବରୁ ସପ୍ତାହାନ୍ତ ସଟଡାଉନ ନିଷ୍ପତ୍ତି ମଧ୍ୟ ଜାରି ରହିବ ବୋଲି କୁହାଯାଇଛି । ଜିଲ୍ଲାରେ କୋରାନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଥିବା ବେଳେ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାରେ ପୂର୍ବରୁ ସପ୍ତାହାନ୍ତ ସଟଡାଉନ ଜାରି ରହିଛି । ଏବେ ଲକଡାଉନ ଯୋଗୁଁ କୋରନା ଚେନ ଭାଙ୍ଗିବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ମେ ୫ରେ ଲକଡାଉନ ଆରମ୍ଭ ହେବାକୁ ଯାଉଥିବାରୁ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଗତକାଲି ଠାରୁ ଦୋକାନ ବଜାରରେ ଜନଗହଳି ରହିଥିବା ହେତୁ କୋରନା ସଂକ୍ରମଣ ବଢିବା ଆଶଙ୍କା ରହିଛି । ଏନେଇ ମଙ୍ଗଳବାର ପୋଲିସ ପ୍ରଶାସନ, ଛତ୍ରପୁର ତହସିଲ ଓ ଏନଏସି ପକ୍ଷରୁ ପଞ୍ଚସୂତ୍ରୀ ନୀୟମର କଡାକଡି ଯାଞ୍ଚ କରାଯାଇଛି । ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ସବ ଇନିସପେକ୍ଟର ସିଲୁ ଧଳ, ଛତ୍ରପୁର ଏନଏସିର ଟେକ୍ସ କଲେକ୍ଟର ଏସ.ଦାଲେୟା ରେଡ୍ଡୀ, ଯୁଗଳ କିଶୋରା ଦାସ ଓ ପ୍ରଭାକର ବେହେରାଙ୍କ ସମେତ ବହୁ ପୋଲିସ କର୍ମଚାରୀମାନେ ଛତ୍ରପୁର ସହର ଚାଲି ଚାଲି ପରିକ୍ରମା କରି କୋଭିଡ ଗାଇଡ ଲାଇନର ତଦାରଖ କରିଥିଲେ । ଯେଉଁ ଦୋକାନୀ ମାନେ ଏହାର ଅବମାନନା କିମ୍ବା ପଞ୍ଚସୂତ୍ରୀ ନୀୟମ ଉଲ୍ଲଘଂନ କରିଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏହାସହ ୭ଟି ଦୋକାନକୁ ଆଜି ଠାରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଥିବା ଏନଏସି ପକ୍ଷରୁ ସୂଚନା ମିଳିଛି । ଛତ୍ରପୁର ଥାନା ପକ୍ଷରୁ ବିଭିନ୍ନ ଦୋକାନ ମାନଙ୍କ ଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କାରଯାଇଥିବା ଏସଆଇ ସିଲୁ ଧଳ ସୂଚାନ ଦେଇଛନ୍ତି ।