ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମୌସୁମୀ ସାହୁ, ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ସମର ଶିକ୍ଷାର୍ଥୀ ଆକାଶ ବାହିନୀର ଚିଫ୍ ଅଫିସର ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜଳ ଡ଼ା. ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ. ଅନୁପମା ମିଶ୍ର, ଶିକ୍ଷୟିତ୍ରୀ ତଥା ଛାତ୍ରାବାସ ପରିଚାଳିକା ସୁଚିତ୍ରା ସାହୁ, କମ୍ପ୍ୟୁଟର ଶିକ୍ଷୟିତ୍ରୀ ଶୁଭଶ୍ରୀ ଦେବସ୍ମିତା ରାଉତ, କର୍ମଚାରୀ ପ୍ରଭାତ କୁମାର ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡ ନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ସ୍ୱଗୃହରେ ଅବସ୍ଥାନ କରି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା କୋଭିଡ ଯୋଦ୍ଧାଙ୍କ ମାନବ ଜାତି ପାଇଁ ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ପାଇଁ ସେମାନଙ୍କର ସ୍ମୃତିରେ ନୀରବ ପ୍ରାର୍ଥନା ଓ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ତାଙ୍କ ସହିତ ସମ ସ୍ୱରରେ ଶପଥ ପାଠ କରିଥିଲେ । ସମସ୍ତେ କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ସୂଚୀତ ଓ ପ୍ରଦର୍ଶିତ ସମସ୍ତ କୋଭିଡ ନିୟମାବଳୀ ସବୁର ବିଦ୍ଧିବଦ୍ଧ ପାଳନ ପାଇଁ ବଜ୍ର ଶପଥ ଗ୍ରହଣ ନେଇଥିଲେ ।
ରିପୋର୍ଟ : ଶୁଭମ ପାଣି