
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକ ଟାଟା ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲର ନୁଆ ଏଏମଓ ଭାବେ ନିଯୁକ୍ତି ପାଇଛନ୍ତି । ସୂଚନା ଅନୁଯାୟୀ ବ୍ରହ୍ମପୁର ଅନ୍ତର୍ଗତ ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ହସ୍ପିଟାଲର ଅଧିକୃତ ମେଡିକାଲ ଅଫିସର ପଦବୀରୁ ଡାକ୍ତର ଉମା ଶଙ୍କର ମିଶ୍ରଙ୍କ ଅବ୍ୟାହତ ଦିଆଯାଇଛି । ତାଙ୍କ ସ୍ଥାନରେ ନୂତନ ଏଏମଓ ଭାବେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି । ସମସ୍ତ ରୋଗୀ ଯେଉଁଭଳି ଉପଯୁକ୍ତ ସେବା ପାଇ ପାରିବେ ଓ କାହାର ଯେଉଁଭଳି ମୃତ୍ୟୁ ନ ଘଟିବ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି କହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
