ଭଞ୍ଜନଗର (ସମୃଦ୍ଧ ଓଡିଶା) ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସ୍ଥାନୀୟ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । ଏଥିରେ ଉପଜିଲ୍ଲାପାଳ ପିପିଇ କିଟ ପରିଧାନ କରି ଡିସିଏଚସି ଭର୍ତ୍ତି ହେଇଥିବା ରୋଗୀ ମାନଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରି ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟ, ପାନୀୟ, ଔଷଧ, ଚିକିତ୍ସା ଆଦି ପଚାରି ବୁଝିଥିଲେ । ରୋଗୀ ମାନେ ଚିକିତ୍ସା, ସ୍ୱଚ୍ଛତା, ଖାଦ୍ୟ ଆଦି ସେବାରେ ସନ୍ତୋଷ ପ୍ରକାଶ କରିଥିବା କଥା ଉପଜିଲ୍ଲାପାଳଙ୍କୁ କହିଥିଲେ । ଉପଜିଲ୍ଲାପାଳ ରୋଗୀ ମାନଙ୍କ ମନ ବଳ ଦୃଢ କରିବା ସହ ଯଦି କିଛି ସମସ୍ୟା ଆସେ ତେବେ ତୁରନ୍ତ ଡାକ୍ତରଙ୍କୁ ଜଣେଇବା ନିମନ୍ତେ ପରାମର୍ଶ ଦେଇଥିଲେ । ମନକୁ ଯଦି ଦୃଢ଼ ରଖିବା ଏବଂ ସକାରାତ୍ମକ ଚିନ୍ତା କରିବା ତେବେ ନିଶ୍ଚିତ ଭାବେ ବହୁତ ଜଲଦି ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିବା ବୋଲି ଦୃଢ଼ତା ସହ କହିଥିଲେ । ଏଠାରେ ନିୟୋଜିତ ଥିବା ଡାକ୍ତର ମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ମନଭାବକୁ ପ୍ରଶଂସା କରିଥିଲେ । ଏବେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେଥିପାଇଁ ସମସ୍ତେ ସଚେତନ ହେବାକୁ ପଡିବ ଏବଂ ଲକଡାଉନ ଓ କୋଭିଡ଼ ନିୟମକୁ ଯଦି ଆମେ ଠିକ ଭାବେ ମାନିବା ତେବେ ଦୃତ କୋଭିଡ ସଂକ୍ରମଣକୁ ପ୍ରତିହତ କରି ପାରିବା ବୋଲି ଉପଜିଲ୍ଲାପାଳ କହିଥିଲେ ।