ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ଇନରହ୍ୟୁଲ କ୍ଲବ ପକ୍ଷରୁ ଜଳେଶ୍ୱର ଥାନାରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ଏକ ଛତା, ମାକ୍ସ ଓ ଫେସ୍ ସ୍କିଲ ପ୍ରଦାନ କରାଯାଇଥିଲା । ସେହିପରି ରୋଟାରୀ କ୍ଲବ ପକ୍ଷରୁ ନୂତନ ପଦ୍ଧତିରେ ପାଦ ଚାଳିତ ସାନିଟାଇଜର ମେସିନ୍ ପ୍ରଦାନ କରିଛନ୍ତି । କୋଭିଦ୍-୧୯ ସଂକ୍ରମଣକୁ ଲକ୍ଷ କରି ଏବଂ ବାର୍ଷିକ ଉତ୍ସବ ବନ୍ଦ ରଖାଯାଇ କୋଭିଦ୍ ଯୋଦ୍ଧା ମାନଙ୍କୁ ପ୍ରତ୍ସାହନ, ପୁରସ୍କାର ଓ ସହାହତା କରିବାଲାଗି ରୋଟାରୀ କ୍ଲବ ଓ ଇନରହ୍ୟୁଲ ଚଳିତବର୍ଷ ପ୍ରଚେଷ୍ଟା ଜାରି ରଖିଛି ବୋଲି ରୋଟାରୀ ଜଳେଶ୍ୱର ଶାଖା ସଭାପତି ଇଂ ପ୍ରଦୀପ କୁମାର ବେହେରା ଓ ପୂର୍ବତନ ସଭାପତି ସୁବ୍ରତ କୁମାର ରଣା କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ସତ୍ୟସୁନ୍ଦର ଦାସ, ସୁବ୍ରତ ରଣା, ନନ୍ଦନ ଦତ୍ତ, ରାଜେଶ ଖଟୁଆ, ଲେଲିନ୍ ପ୍ରଧାନ, ବିକାଶ ଧର, ତାରାପଦ ମହାନ୍ତି, ଅନୁପ ପଣ୍ଡା, ଗୌରାଙ୍ଗ ଚରଣ ଦାସ, ଇଂ ପ୍ରଦୀପ କୁମାର ବେହେରା, ଇନର ହ୍ୟୁଲ ସଭାପେତି ମହେଶ୍ୱତା ଖଟୁଆ, ସଂପାଦକ ବିଣାପାଣି ଜେନା, ଅନୁସୂୟା ପ୍ରଧାନ, କବିତା ବେହେରା ପ୍ରମୁଖ ପୁଲିସ୍ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା