କୋରନା ନିୟମକୁ ଫୁ କରି ତଣ୍ଡ ଗଣିଲେ ଦୋକାନୀ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା କଟକଣାକୁ ଫୁ କରି ବ୍ୟବସାୟ କରୁଥିବା ଭଞ୍ଜନଗର ବାଉଁଶଲୁଣ୍ଡିର ସାଇରାମ ଜେନରାଲ ଦୋକାନକୁ ତହସିଲଦାର ଆଲୋକ କୁମାର ପ୍ରଧାନ ଆଜି ମଧ୍ୟାହ୍ନରେ ପହଂଚି କଡା ତାଗିଦ କରିବା ସହ ତୁରନ୍ତ ବ୍ୟାରିକେଟ କରି ଲୋକ ମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ନିୟମ ନ ମାନି ବ୍ୟବସାୟ କରିବ ତେବେ ଆଗାମୀ ଦିନରେ ଦୋକାନକୁ ସମ୍ପୂର୍ଣ୍ଣ ସିଲ୍ କରିବାକୁ କଡା ତାଗିଦ କରିଥିଲେ । ତତ୍ ସହ ନିୟମ ଉଲଘଂନ କରିଥିବାରୁ ଏହି ଦୋକାନ ମାଲିକଙ୍କ ଠାରୁ ୧୦୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରିଛନ୍ତି ।

ରିପୋର୍ଟ – ନିଲୁ ବିଷୋୟୀ