


ଜୟପୁର (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଏକ ବିଶାଳ ବାଇକ୍ ରାଲିରେ ଜୟପୁର ସହର ପରିକ୍ରମା କରି କୋରାପୁଟ ଜିଲ୍ଲା କଂଗ୍ରେସ କର୍ମୀମାନେ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ । ବିଧାୟକ ଜେନାଙ୍କ ଅଧ୍ୟକ୍ଷତାରେ ବାବାସାହେବ କଲ୍ୟାଣ ମଣ୍ଡପ ଜୟପୁରରେ ଏକ ସାଙ୍ଗଠନିକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବା ଜଣାପଡିଛି ।
ରିପୋର୍ଟ : ସୁମୀତ ପଟ୍ଟନାୟକ





