

ଛତ୍ରପୁର (ସମୃଦ୍ଧ ଓଡିଶା) କ୍ରାନ୍ତି ଯୁବ ଛାତ୍ର ସଂଗଠନର ୮ମ ତମ ପ୍ରତିଷ୍ଠା ଦିବସ ଆଜି ଛତ୍ରପୁର ଷ୍ଟେସନ ରୋଡ ନିକଟସ୍ଥ କାର୍ଯ୍ୟାଳୟ ଠାରେ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚାଷୀନେତା ସୀମାଞ୍ଚଳ ନାହାକ ଯୋଗ ଦେଇ ମସାଲରେ ଅଗ୍ନି ସଂଯୋଗ କରିଥିଲେ ଏବଂ ସମାଜ ଗଠନରେ କିପରି ଛାତ୍ର ଯୁବକମାନଙ୍କ ମହତ୍ ପୂର୍ଣ ଦାୟିତ୍ୱ ରହିଛି ତାହା ଉପରେ ବକ୍ତବ୍ୟ ରଖିବା ସହ ବର୍ତ୍ତମାନ ସମୟରେ ଯୁବକମାନେ କପରି ଚାଷୀ ମାନଙ୍କ ଲଢେଇରେ ଯୋଗଦେଇ ସେମାନଙ୍କ ସାମାଜିକ ଦାୟିତ୍ୱ ତୁଲାଇବେ ସେ ଉପରି ବକ୍ତବ୍ୟ ରଖିଥିଲେ ଏବଂ ସଂଘ ସଭାପତି ଇଜୁ ଅମିନ ଖାନ ସଂଘର କ୍ରାନ୍ତି ପତକା ଉତ୍ତୋଳନ କରିବା ସହ ସମାଜରେ ପ୍ରତିଟି ସ୍ତରେ ସମସ୍ୟା ସହ ସଂଘର୍ଷ କରିବା ସହ ସଂଗଠନକୁ ଆଉରି ଶକ୍ତିଶାଳୀ ରୁପେ ଗଢିଊଠିବ ସେ ନେଇ ବକ୍ତବ୍ୟ ରଖିଥିବା ବେଳେ ସାଧାରଣ ସଂପାଦକ ଜଲାଲ ଖାନ ନୁତନ କର୍ମକର୍ତ୍ତାଙ୍କୁ ଚୟନ କରି ସେମାନଙ୍କୁ ଶପଥ ପାଠ କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ । ନୁତନ ଭାବେ ଉପସଭାପତି ଭାବେ ଆର. କ୍ରୀଷ୍ଣା ରେଡି, ସହ-ସଂପାଦକ ଭାବେ ରଶ୍ମିରଞ୍ଜନ ମହାପାତ୍ର ଓ ଜୁଗଦେବ ବେହେରା, କୋଷାଧ୍ୟକ୍ଷ ଭାବେ ମୁକେଶ କୁମାର ନାହାକଙ୍କୁ ଚୟନ କରାଯାଇଥିଲା । ପ୍ରମୁଖ ଆଗାମୀ ଦିନରେ ସଂଗଠନକୁ ଶକ୍ତିଶାଳୀ କରିବା ସହ ଯୁବକ ଛାତ୍ର ଚାଷି ଶ୍ରମିକମାନଙ୍କ ସମସ୍ୟାରେ ଛିଡା ହୋଇ ସଂଘର୍ଷ କରିବେ ବୋଲି ପ୍ରତିବୋଦ୍ଦତା ଜଣାଇଥିଲେ । ଏହାପରେ ଛତ୍ରପୁର ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ରୋଗୀ ମାନଙ୍କୁ ଡ. ସୁଦର୍ଶନ ସାହୁଙ୍କ ସହଯୋଗରେ ଫଳ ବଣ୍ଟନ କରାଯାଇଥିଲା । ଏଥିରେ ଛତ୍ରପୁର ଉଠାଦୋକାନୀ ସଂଘ ସଂପାଦକ ଲଛମନ ରାଓ, ଦଳିତ ପ୍ରତିଷ୍ଠାନର କାଳିଆ ନାୟକ, ନିଶାନ୍ତ ନାହାକ, ଜଗନ୍ନାଥ ପ୍ରଧାନ, ରଞ୍ଜିତ ରଥ, ଅଭିଷେକ ପଟ୍ଟନାୟକ, ସଭାପତି ଦାସ, ନବିନ ରେଡି, ନାରାୟଣ ଦାସ, ଗୌରବ ମହାପାତ୍ର ଓ ପୁର୍ଣ୍ଣ ଗୌଡ୍ ପ୍ରମୁଖ ଉପସ୍ଥିତ ରହିବା ଆଗାମୀ ସମୟରେ ଅଞ୍ଚଳର ବିଭିନ୍ନ କଳକାରଖାନାରେ ଯୁବକ ମାନଙ୍କ ନିଯୁକ୍ତିର ଦାବି କରିବା ସହ ବିଭିନ୍ନ ସମସ୍ୟା ନେଇ ସଂଗଠନ ଲଢେଇ କରିବ ବୋଲି ଆଲୋକପାତ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



