ଛତ୍ରପୁର (ସମୃଦ୍ଧ ଓଡିଶା) କ୍ରାନ୍ତି ଯୁବ ଛାତ୍ରସଂଘ ପକ୍ଷରୁ ଓଡିଶାର ଦୃବିପାକ ବିପର୍ଯ୍ୟସ୍ତ ସମୟରେ ଐତିହାସିକ କର୍ତ୍ତ୍ୟବ୍ୟ ପାଳନ କରିବା ନିମନ୍ତେ ରିଲିଫ ସହାୟତା ଯୋଗାଇଦେବା ପାଇଁ ସଂଗଠନ ପକ୍ଷରୁ ଏକ ଟିମ୍ ପୁରୀ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପୁରୀ ଜିଲ୍ଲାର ମୁଖ୍ୟତଃ ବ୍ରହ୍ମଗିରି ସଦର କୃଷ୍ଣ ପ୍ରସାଦର ବିଭିନ୍ନ ବ୍ଲକ ଓ ବସ୍ତିରେ ସେବା ଦେଇଥିଲା । ବିଭିନ୍ନ ଗ୍ରାମରେ ଅବରୋଧ ହୋଇ ରହିଥିବା ଗଛ ଗୁଡ଼ିକୁ ମେସିନ ଯୋଗେ କାଟିଛନ୍ତି । ପୋଖରୀ ମାନଙ୍କରେ ପୋଚି ଯାଇଥିବା ଗଛମାନଙ୍କୁ କାଟି ବାହାର କରାଯାଇ ବ୍ଲିଚିଗ ଆଉ ଚୁନ ଦେଇଛନ୍ତି ଏବଂ ବିଭିନ୍ନ ବସ୍ତିରେ ସଂଗଠନ ପକ୍ଷରୁ ରିଲିଫ ସାମଗ୍ରୀ ଦିଆଯିବା ସହ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି ଏବଂ ଅନେକାଂଶ ସମସ୍ୟାକୁ ସର୍ବେ କରି ପ୍ରଶାସନର ଦୃଷ୍ଟି ଗୋଚରକୁ ଆଣିଛନ୍ତି । ଏଥିରେ ସଂଗଠନର ସଭାପତି ଇଜୁ ଆମିନ୍ ଖାନ୍, ସଂପାଦକ ଜଲାଲ ଖାଁନ, ମହେଶ ଗୌଡ, କୃଷ୍ଣ ନାହାକ, ଅଭିଷେକ ପଟ୍ଟନାୟକ, ରାଜୁ ରେଡି, କୃଷ୍ଣ ପ୍ରଧାନ, କେଦାର, ସେକ୍ ହାମିଦ୍ ଓ ସୁଚିତ୍ରା ହାତୀ ପ୍ରମୁଖ ସଂଗଠନର କର୍ମକର୍ତ୍ତା ଏହି ସେଛାକୃତ ସହାୟତାରେ ନିଜକୁ ନିୟୋଜିତ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା