

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ବ୍ଳକ ଭିକାରୀ ପଲ୍ଲୀ ଗ୍ରାମ ପଞ୍ଚାୟତର ନୁଆପଲ୍ଲୀ ଗ୍ରାମ ଠାରେ କ୍ରାନ୍ତି ଯୁବଛାତ୍ର ସଂଘ (KYSF) ଓ ନେହେରୁ ଯୁବ କେନ୍ଦ୍ର (NYK) ପକ୍ଷରୁ ୟୁଥ୍ ପାର୍ଲିଆମେଣ୍ଟ ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏକ ଯୁବ ଶିବିର କରାଯାଇଥିଲା । ଏହି ଶିବିରରେ ଆର.ଟି.ଆଇ (RTI) ଟ୍ରେନିଂ ଓ ଗ୍ରାମ ସହରର ବିକାଶରେ ଯୁବକଙ୍କ ଭାଗୀଦାରୀତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ବିଭିନ୍ନ ପଞ୍ଚାୟତର ଯୁବକ ଛାତ୍ରମାନେ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେଇ ଆର.ଟି.ଆଇ କିପରି ବ୍ୟବହାର ହୋଇପାରିବ ତାର ପ୍ରଶିକ୍ଷଣ ନେଇଥିଲେ । ଏହି କର୍ମଶାଳାରେ ଆର.ଟି.ଆଇ ପ୍ରଶିକ୍ଷଣ ଦେବା ପାଇଁ ଅଧ୍ୟାପକ ଅମର ବିଷୋୟୀ, ଆର.ଟି.ଆଇ କର୍ମୀ ସନାତନ ଚୌଧୁରୀ, ଜୀବନ ପାତ୍ର ପ୍ରଶୀକ୍ଷଣ ଦେଇଥିବା ବେଳେ ଗ୍ରାମ ଓ ସହରର ବିକାଶ ଦିଗରେ ଯୁବକଙ୍କ ଭୁମିକାକୁ ଆଲୋଚନା ଚକ୍ରରେ ଚାଷୀନେତା ସିମାଞ୍ଚଳ ନାହାକ, ସମାଜସେବୀ ପଙ୍କଜ କୁମାର ପାଣିଗ୍ରାହୀ, ରାଷ୍ଟ୍ରୀୟ ଯୁବ ସଂଗଠନର ସଂଜଯୋଗ ରଞ୍ଜିତ ଦେହୁରୀ ପ୍ରମୁଖ ଏହି ଆଲୋଚନା ଚକ୍ରରେରେ ଆଲୋକପାତ କରିବା ସହ ଗ୍ରାମରେ ଯୁବକ ମାନେ କିପରି ଗାଁର ପରିମଳ, ସ୍ୱାସ୍ଥ୍ୟ ଓ ପ୍ରକୃତିକ ଦୃବିପାକ ସମୟରେ ସଚେତନତା ସୃଷ୍ଟି କରିପାରିବେ ପ୍ରମୁଖ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ଇଜୁ ଅମିନ ଖାଁ ପରିଚାଳନା କରିଥିବା ବେଳେ ପ୍ରଦିପ କୁମାର ନାହାକ, ମାନସ ଗୌଡ, ମହେଶ ଗୌଡ଼, ଚନ୍ଦନ ନାୟକ, ରହନ ଗୌଡ, ରାକେଶ ଆଚାର୍ଯ୍ୟ, ଅବିଷେକ ପଟ୍ଟନାୟକ ଓ କୃଷ୍ଣ ନାହାକ ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


