ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗଦିଆଁ ଗଡ଼ ଖଙ୍କିରା ଠାରେ କ୍ଷେତ୍ରିୟ ସମାଜର ପରମ୍ପରା ପିଠେ ଦଶହରା ମହା ଆଡମ୍ବରରେ ପାଳନ କରାଯାଇଛି । ଗଡ଼ ଖଙ୍କିରାର ଏକ ହଜାରରୁ ଅଧିକ କ୍ଷେତ୍ରୀୟ ଅସ୍ତ୍ରଶସ୍ତ୍ର ନେଇ ଗାଁ’ର ଭୈରବୀ ପୀଠ ଠାରେ ପୂଜାଅର୍ଚନା କରିଥିଲେ ଏହାପରେ ଏକ ଶୋଭାଯାତ୍ରାରେ ବାହାରି ମା ତାରିଣୀ ନିକଟସ୍ଥ ଦଶହରା ପଡିଆରେ ଏକତ୍ର ହୋଇଥିଲେ । ଏହାପରେ ଏଥିରେ କ୍ଷେତୀୟ ସମାଜର ଯୁବକ ଓ ବରିଷ୍ଠ ଅନୁଭବୀ ଅସ୍ତ୍ର ଚାଳନା କଳା କୌଶଳ ପ୍ରଦର୍ଶନ କରିଥିଲେ । କ୍ଷେତ୍ରୀୟ ସମାଜର ସନ୍ତୋଷ ଧିର (ବାବୁ) ଓ ସୁଧାନସୁ ମ. ଭୂୟାଁ ଓ ଚିକୁ ଧିରଙ୍କ ପ୍ରଚେଷ୍ଟାରେ ଏକ ସୁନ୍ଦର ପରିବେଶରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିବାରୁ ସମାଜ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକର୍ତ୍ତା ନରହରି ସେଠି ଓ ଲୋକନାଥ ସାହୁ ତାଙ୍କର ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ପାଇଁ ଦଶହରା ପଡ଼ିଆରେ ଆୟୋଜିତ ହେଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ନାନିତ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି