

ଶେରଗଡ (ସମୃଦ୍ଧ ଓଡ଼ିଶା) ଗଞ୍ଜାମ ଜିଲ୍ଲାର ସମସ୍ତ କ୍ୱାରେଣ୍ଟାଇନ୍ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି । ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା ଦେଖାଯାଉଛି । ସୋମବାର ଶେରଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧାଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅନ୍ତେବାସୀଙ୍କୁ ବାହାରୁ ପାଉଚ ମଦ ଯୋଗାଉ ଥିବା ବେଳେ ଜଣେ ବ୍ୟକ୍ତି ପୋଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଛନ୍ତି । ସେ ହେଲେ ଉକ୍ତ ଗ୍ରାମର ଭଗବାନ ବେହେରା । ଜଣେ ଅନ୍ତେବାସୀଙ୍କୁ ବାହାରୁ ଥାଇ ଭଗବାନ ଦେଶୀ ମଦ ପାଉଚ ପିଙ୍ଗୁଥିବା ବେଳେ କ୍ୱାରାଣ୍ଟାଇନ୍ ସେଣ୍ଟର ଅନୁଧ୍ୟାନ ପାଇଁ ଆସୁଥିବା ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ହାବୁଡ଼ରେ ପଡ଼ି ଗିରଫ ହୋଇଥିଲେ । ତାଙ୍କଠାରୁ ୪୦ ଲିଟର ମଦ ଜବତ କରାଯାଇଛି । ଏ ନେଇ ବଡ଼ଗଡ଼ ଥାନାରେ ନଂ.୧୨୭/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଶେରଗଡ଼ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ବିପ୍ଳବ ସେଠୀ