

ବାଲେଶ୍ଵର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ସିମୁଳିଆ-ଖଇରା ନିର୍ବାଚନୀ ମଣ୍ଡଳୀର ପ୍ରିୟ ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପାଇଁ ଏବଂ ଭଦ୍ରକ ଲୋକସଭା ପ୍ରାର୍ଥିନି ମଞ୍ଜୁଲତା ମଣ୍ଡଳଙ୍କୁ ବହୁମାତ୍ରାରେ ଭୋଟ ଦେଇ ଜିତେଇବା ପାଇଁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଆଜି ଖଇରା ବ୍ଲକ ପ୍ରତରାଜପୁର ଠାରେ ୧୦.୪୫ ସମୟରେ ପହଂଚିଥିଲେ । ଏହି ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ଏହି ସଭା କାର୍ଯ୍ୟ ଗୌରାଙ୍ଗ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନବୀନ ପଟ୍ଟନାୟକ ତାଙ୍କ ଭାଷଣ ଆରମ୍ଭରୁ କେନ୍ଦ୍ର ବିରୁଦ୍ଧରେ ପ୍ରବଳ ବରଷିବା ସହିତ ବିଜେଡିର ୧୯ ବର୍ଷର ଉନ୍ନତିମୂଳକ କାର୍ଯ୍ୟ ବିଷୟରେ କହିବା ସହିତ ଜ୍ୟୋତି ପାଣିଗ୍ରାହୀ, ମଞ୍ଜୁଲତା ମଣ୍ଡଳଙ୍କୁ ଶଙ୍ଖ ଚିହ୍ନରେ ବହୁ ମାତ୍ରାରେ ଭୋଟ ଦେଇ ଜିତେଇବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ । ଏଥିରେ ବିଧାୟକ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଲୋକସଭା ପ୍ରାର୍ଥିନି ମଞ୍ଜୁଲତା ମଣ୍ଡଳ, ଉପେନ୍ଦ୍ର ପାଢ଼ୀଙ୍କ ସମେତ ବହୁ ବିଜେଡି ପ୍ରାର୍ଥୀ ଉପସ୍ଥିତ ଥିଲେ ।
ରିପୋର୍ଟ : ସୁଶାନ୍ତ କୁମାର ନାୟକ





