

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଗଁଦିଆ ବ୍ଲକ ଖାଙ୍କିରାଠାରେ ଦୋଳଯାତ୍ରା ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଫଗୁଣର ପଲଗୁଧାରରେ ରଙ୍ଗାୟିତ ହୋଇଛନ୍ତି । ଗ୍ରାମର ଆରାଧ୍ୟ ଦେବ ରାଧାକୃଷ୍ଣ ଦୋଳପୂର୍ଣ୍ଣିମା ଦିନ ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ରଙ୍ଗାୟିତ ହୋଇ ବିମାନ ପ୍ରସୋଶନ, ଗୋପାଳଙ୍କ ଲଉଡ଼ି ଖେଳ, କୀର୍ତ୍ତନ ଓ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଏଥିରେ ଦେଶ କୋଠ ବିମାନ, ଯାଦବ ସଂଘ ବିମାନ, ତାରେଣୀ ମନ୍ଦିର ବିମାନ ଓ ବ୍ରହ୍ମସାହି ବିମାନ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ । ଖଙ୍କିରାର ବରଦା ରାମେଶ୍ଵରଙ୍କ ନିକଟରେ ସମସ୍ତ ବିମାନମାନେ ଏକତ୍ରିତ ହୋଇ ହରିହର ଭେଟ କାର୍ଯ୍ୟକ୍ରମ କରାଯାଇଥିଲା । ଏହାର ପରଦିନ ଖଙ୍କିରାର ବରମୂଳ ହନୁମାନଙ୍କ ପିଠ ନିକଟରେ ସମସ୍ତ ଗ୍ରାମବାସୀମାନେ ଯୋଗଦାନ କରି ନୂତନ ପଞ୍ଜିକା ଶ୍ରବଣ ଗ୍ରହବିପ ଦ୍ୱାରା କରିଥିଲେ । ଇତି ଅବସରରେ ହୋଲି ଖେଳ ସହିତ ୨ ରାତ୍ରି ଧରି ଦିବ୍ୟଶ୍ରୀ ଗଣନାଟ୍ୟ ଖଙ୍କିରାର କଳାକାରଙ୍କ ଦ୍ୱାରା ଯଥାକ୍ରମେ ‘ଖରାପ ଝିଅର ବାପ’ ଓ ‘କଳା ଚନ୍ଦନ’ ନାଟକ ମଞ୍ଚସ୍ଥ ହୋଇଥିଲା । ଢେଙ୍କାନାଳ ଜିଲ୍ଲାର ଏକ ଏହା ସର୍ବପୁରାତନ ଦୋଳଯାତ୍ରା ଅନୁଷ୍ଠାନ । ଅନୁମାନ କରାଯାଏ ଏହା ଦୀର୍ଘ ୨୦୦ ବର୍ଷର ଅନୁଷ୍ଠାନ । କିନ୍ତୁ ଗ୍ରାମବାସୀଙ୍କ ତରଫରୁ ପ୍ରତିବର୍ଷ ଯାତ୍ରା କମିଟି ଗଠନ ସହ ୧୯୫୨ ମସିହା ଏକ ଲିଖିତ ପୁସ୍ତିକା ‘ମାଦଳା’ ରେ ସମସ୍ତ କାର୍ଯ୍ୟକ୍ରମ ଲିପିବର୍ଦ୍ଧ ହୋଇ ରହି ଆସୁଛି ବୋଲି ଖଙ୍କିରା ଗ୍ରାମର ପୂର୍ବତନ ସରପଂଚ ନରହରି ସାହୁ ଓ ବୟସ୍କ ବ୍ୟକ୍ତି ଭାବେ ନାରାୟଣ ପତି ଦୃଢ ଦାବି କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି



