ଖଙ୍କିରାରେ ହାତୀ କସରତ:ବହୁ ଫସଲ ନଷ୍ଟ, କ୍ଷତି ପୂରଣ ଦେବା ସହ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ଦାବୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଷଢଙ୍ଗିରେଞ୍ଜ ସଂପ୍ରତି ପାଲଟିଛି ହାତୀ ମାନଙ୍କର ଚରାଭୂଇଁ । ଚାଷୀ ବହୁ କଷ୍ଟରେ ଏକମାତ୍ର ଫସଲ ଧାନ ଅମଳ ପାଇଁ ବ୍ୟଗ୍ର ହୋଇଥିବା ବେଳେ ଦୀର୍ଘ ଦିନର ପରିଶ୍ରମର ଫଳ ହାତୀ ମୁହଁରେ ଯିବାରେ ଲାଗିଛି । ଘଟଣାଟି ଅନୁଷ୍ଠିତ ହୋଇଛି ଷଢଙ୍ଗିରେଞ୍ଜ ଖଙ୍କିରା ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଖକିଂରା ଗ୍ରାମରେ । ଦୀର୍ଘଦିନ ଧରି ହାତୀ ଖଙ୍କିରା ଅଞ୍ଚଳର ବ୍ରାହ୍ମଣତଇଳା ଦେଇ ସଦା ସର୍ବଦା ଯିବା ଆସିବା କରିବା ସହ ସ୍ଥାନୀୟ ଜନସାଧାରଣଙ୍କର ଚାଷ ଜମିକୁ ନଷ୍ଟ କରିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତ୍ରିରେ ୨୫ରୁ ୩୦ ହାତୀ ଥିବା ବେଳେ ଏହି ବ୍ରାହ୍ମଣତଇଳା ଦେଇ କୁହାରିପାଟଣା, ଚମ୍ପାପୁର(ଯାଜପୁର ଜିଲ୍ଲା ସୀମାନ୍ତ) କଳକଳା (ସମିଆ) ପଞ୍ଚାୟତ ଅଞ୍ଚଳ ତଥା ଲାଉଲଇ ଦେଇ ଧାନ ଖାଇବା ସହ ନଷ୍ଟକରି ଆସିଥିଲେ ରାତ୍ରିସାରା ବୈରୀ ରେଞ୍ଜରୁ (ଯାଜପୁର) ୩ ଗାଡି, ଷଡ଼ଙ୍ଗୀ ସେକସନରୁ କସରତ କରିଥିଲେ । ହାତୀ ମାନେ ଦୀର୍ଘ ୭୦ରୁ ୮୦ ଏକର ଚାଷ ଜମି ନଷ୍ଟଭ୍ରଷ୍ଟ କରି ଦେଇ ଆଜି ସକାଳ ସଂରକ୍ଷିତ ଜଙ୍ଗଲକୁ ଫେଇଥିଲେ । ଚାଷୀ ମାନେ ଏହି କ୍ଷତିପୂରଣ ପାଇଁ ଖକିଂରା ଫରେଷ୍ଟର ଉପେନ୍ଦ୍ର ନାୟକ ଦସ୍ତଖସ୍ତ ୧୪ ଜଣ ହାତୀ ଷ୍ଟାଫ ରହିଛନ୍ତି । ଯଥା ବେଣା-୩, ମୁଣ୍ଡୁମାରି-୨, ଛୋଟତେନ୍ତୁଳି-୨, ଖକିଂରା-୭ ଜଣ ରହିଥିବା ବେଳେ ହାତୀ ଚାଷୀମାନଙ୍କର ଧାନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଏହି ଖଙ୍କିରା ଅଞ୍ଚଳର ଜନସାଧାରଣ ପ୍ରତିବର୍ଷ ଓ ବର୍ଷର ଅନ୍ୟାନ୍ୟ ସମୟରେ ହାତୀଙ୍କ ଠାରୁ ମୁକ୍ତି ପାଇବା ପାଇଁ ଅନ୍ୟ ପନ୍ଥା ପ୍ରଶାସନ ତରଫରୁ ତଥା ବ୍ରାହ୍ମଣତଇଳା ନିକଟରେ ଏକ ସୋଲାର ଲାଇଟ ପ୍ରତିଷ୍ଠା ସହ ଜଙ୍ଗଲ ଚାରିପଟେ ଏକ ଟ୍ରେଂଜ (ନାଳି) ଖୋଲାଗଲେ କିଛି ମାତ୍ରାରେ ସୁଫଳ ପାଇପାରନ୍ତେ ନଚେତ ଏହିଭଳି ଚାଲିଥିବା ହାତୀ ଉପଦ୍ରବର ଗାଁ ଖକିଂରାର ନାମକରଣ ଯଥାର୍ଥତା । ଏଣୁ ଏ ଦିଗରେ ଜିଲ୍ଲାପାଳ ବିହିତ ପଦକ୍ଷେପ ଗ୍ରହଣ କରି ହାତୀ ଉପଦ୍ରବ ଖକିଂରା ଅଞ୍ଚଳର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ନେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଇଛି ।

ରିପୋର୍ଟ : ଶୁଭମ କୁମାର ପାଣି