ଖଡଗପୁର ଡିଆରଏମଙ୍କ ଜଳେଶ୍ୱର ଷ୍ଟେସନ ଅଚାନକ ଗସ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନୂତନ ଭାବେ ଦାୟିତ୍ୱ ନେଇଥିବା ଖଡଗପୁର ଡିଆରଏମ ମନୋରଞ୍ଜନ ପ୍ରଧାନ ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ନିଜର ସ୍ୱତନ୍ତ୍ର ନିରିକ୍ଷଣ ଟ୍ରେନ୍ ରେ ୧ନଂ ପ୍ଲାଟଫର୍ମରେ ପହଞ୍ଚିଥିଲେ । ପରେ ସେ ଷେ୍ଓସନ ସମ୍ମୁଖରେଥିବା ସାଇକେଲ ଷ୍ଟୋଣ୍ଡ, ଡ୍ରପ୍ଜୋନ୍, କାର୍ ପାର୍କି ଷ୍ଟାଣ୍ଡ, ସାର୍କୁଲେଟିଂ ଏରିଆ ସମେତ ଷ୍ଟେସନର ବିଭିନ୍ନ ସ୍ଥାନ ବୁୂଲି ଦେଖିଥିଲେ । ତାଙ୍କ ସହିତ ସିନିୟର ଡିସିଏମ୍ ଆଦିତ୍ୟ ଚୌଧୁରୀ, ସିନିୟର ଡିଭିଜନାଲ ଇଂଜିନିୟର (କୋଡିନେସନ) ଗିରିଶ କୁମାର, ଡିଭିଜନାଲ ଇଞ୍ଜିନିୟର ମହମ୍ମଦ ୱାସିନଙ୍କ ସମେତ ଖଡଗପୁର ଡିଭିଜନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଷ୍ଟେସନରେ ପହଞ୍ଚିବାପରେ ଜଳେଶ୍ୱର ରେଲ ୟୁଜର୍ସ କମିଟିର ଉପଦେଷ୍ଟା ଅଜିତ୍ କୁମାର ମହାନ୍ତି, ସଭାପତି ସୁକୁମାର ରଣା, ବରିଷ୍ଠ ବିଜେପି ନେତା ଆରୁଣ ବେଜ୍, ଜଣେଶ ମାଇତି, ବଣିକ ସଂଘ ସଭାପତି ସୁଧିର ମହାନ୍ତି, ଶରତ ଚନ୍ଦ୍ର ପରିଡା, ସାମ୍ବାଦିକ ସେକ୍ ଅବଦୁଲ ରହିମ୍, ରବିନାରାୟଣ ପାତ୍ର, ଲୋକନାଥ ଧର, ଗୁରୁ ପ୍ରସାଦ ଚୌରାସିଆ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟ ସଂପର୍କରେ ଆଲୋଚନା କରିଥିଲେ । ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ, କମାର୍ସିଆଲ ସୁପରଭାଇଜର କୋମଳ ଲୋଚନ ପାତ୍ର, ପିଡବ୍ଲୁଆଇ କୃପାସିନ୍ଧୁ ପାତ୍ର ପ୍ରମୁଖଙ୍କୁ ଶ୍ରୀ ପ୍ରଧାନ ଷ୍ଟେସନର ଉନ୍ନତିକରଣ ସଂପର୍କରେ ବିଭିନ୍ନ ନିର୍ଦ୍ଦେଶ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା