
ଜଳେଶ୍ୱର (ସମୃଦ୍ଧ ଓଡିଶା) ଖଡଗପୁରରୁ ଯାଜପୁର ଯାଉଥିବା ମେମୋ ପାସେଞ୍ଜର ନଂ ୬୮୧୦୯ ପ୍ରତିଦିନ ବିଳମ୍ବରେ ଆସୁଥିବାରୁ ଦୈନିକ ଯାତ୍ରୀମାନଙ୍କର ନାହିଁନଥିବା ଅସୁବିଧା ସୃଷ୍ଟି ହେଉଛି । ପୂର୍ବରୁ ଏହି ଟ୍ରେନଟି ୩.୫୫ରେ ଛାଡୁଥିବା ବେଳେ ଏବେ ଏହା ୪.୫୦ମି. ଯାତ୍ରା ଆରମ୍ଭ କରୁଛି । ଫଳରେ ଏହି ଟ୍ରେନଟି ଜଳେଶ୍ୱରରେ ୬.୯ରେ ପହଞ୍ଚୁଥିବା ବେଳେ ବାଲେଶ୍ୱରରେ ୭.୫ରେ ପହଞ୍ଚିବା କଥା କିନ୍ତୁ ଏହି ଟ୍ରେନଟି ଜଳେଶ୍ୱରରେ ପ୍ରତିଦିନ ୭ଟାରେ, ବାଲେଶ୍ୱରରେ ୮ଟା ୧୫ ଓ ଯାଜପୁରରେ ୧୦ଟା ପରେ ପହଞ୍ଚୁଥିବାରୁ ଦୈନନ୍ଦିନ ଯାତ୍ରୀ, ମହିଳା, କଲେଜ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଏ ସମ୍ପର୍କରେ ଦୈନିକ ଯାତ୍ରୀଙ୍କ ମଧ୍ୟରୁ ରେଲ ୟୁଜର୍ସ କମିଟିର ସଭାପତି ସୁକୁମାର ରଣା, ରେଳ ଗୋଇନ୍ଦା ସଂସ୍ଥାର ଅଧିକାରୀ ଏସ୍କେ. ଚୌବେଙ୍କ ଉପସ୍ଥିତିରେ ଆଇନଜୀବୀ ଜିତାଂଶୁ ସେଖର ନନ୍ଦୀ, ପ୍ରଣବ ଦାସ, ଅଂଜନ ମଲ୍ଲିକ, କମଳ ଲୋଚନ ସେଠୀ, ଲକ୍ଷ୍ମୀଧର ବେରୋ, ରାମଚନ୍ଦ୍ର ସାହୁ, ରାଜଶ୍ରୀ ମହାନ୍ତି, ପ୍ରବୀର ରାଉଳ, ବିରେନ୍ଦ୍ର ମହାନ୍ତି, ତପନ ଦେ, ସତ୍ୟନାରାୟଣ ଦାସ, ବରୁଣ କୁମାର ସୁର, ଧନଞ୍ଜୟ ସିଂହ, ଅମରେନ୍ଦ୍ର ପ୍ରହରାଜ ପ୍ରମୁଖ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ମଣ୍ଡଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା