
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ସହରର ନିକଟ ୫୭ତମ ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ର ନୟନଯୋରି ପୁର୍ତ୍ତବିଭାଗର ହୋଇଥିଲେ ମଧ୍ୟ ବହୁ ସ୍ଥାନରେ ଜବର ଦଖଲ ହୋଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ । ଫଳରେ ସମାନ୍ୟ ବର୍ଷା ହେଲେ ସେଠାରେ ପାଣି ଜମି ରହୁଥିବାରୁ ଲୋକଙ୍କ ବହୁ ଅସୁବିଧା ସୃଷ୍ଟି ହୋଇ ଆସୁଥିଲା । ଏ ସଂପର୍କରେ ଖବର ପ୍ରସାରଣ ପରେ ଆଜି ପ୍ରଶାସନ ତତ୍ପର ହୋଇ ଉଠିଛି । ଅଭିଯୋଗ ପରେ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଆଜି ଅପରାହ୍ନରେ ଜେଇ ବୁଦ୍ଧିରାମ ସିଂଙ୍କ ଉପସ୍ଥିତିରେ ଜେସିବି ଦ୍ୱାରା ମାଟିତାଡି ଜମିଥିବା ପାଣିର ନିଷ୍କାସନ କରାଯାଇଥିଲା । ଫଳରେ ପାଣି ଘେରରେ ଥିବା ୬ ପରିବାର ଉପକୃତ ହୋଇଥିବା ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା