



ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଳକ ଖରିଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପାର୍ବତୀ ଗୌଡ଼ ଙ୍କ ତତ୍ତ୍ଵାବଧାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ବିପନ୍ନ ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ରାଜ୍ୟ ହାଉସିଂଗ୍ ବୋଡ ଅଧକ୍ଷ ଡି, ବିଶ୍ଵନାଥ, ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଗନ୍ତାୟତ ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ଏଲ ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ଵାଇ ଗୀତାଞ୍ଜଳି, ଯୁଵ ବିଜେଡି ସଭାପତି ମନୋଜ ସାବତ ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଏଳା ସୁଦର୍ଶନ ଅତିଥି ପରିଚୟ କରିଥିବା ବେଳେ ବ୍ଳକ୍ କାର୍ଯ୍ୟନିର୍ବାହୀ ଅଧିକାରୀ ଶଙ୍କର ମହାନ୍ତି ମଞ୍ଚ ପରିଚାଳନା କରିଥଲେ l ସ୍ବାସ୍ଥ୍ୟ ବିଭାଗ,ମିଶନ ଶକ୍ତି ବିଭାଗ, ସୂଚନା କେନ୍ଦ୍ର, ମହିଳା ଓ ଶିଶୁ ବିକାଶ କେନ୍ଦ୍ର , ଭୋଟର ସଚେତନତା କେନ୍ଦ୍ର, କୃଷି ଓ ଉଦ୍ୟାନ ବିଭାଗ, ସମସ୍ତ ବିଭାଗ ର କର୍ମକର୍ତ୍ତା ଉପସ୍ଥିତ ରେ ଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । ଏହାପରେ ସମସ୍ତ ଅତିଥି ଙ୍କୁ ଉପଢ଼ୌକନ ସହ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ନନ୍ଦିକ ଗ୍ରାମର ଗାହାଣୀ ରେ ସରକାର ଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ବୁଝାଇ କହିଥିଲେ। ଗ୍ରାମର କୁନି କୁନି ପିଲାମାନଙ୍କୁ ନେଇ ରଙ୍ଗା ରଙ୍ଗ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ପଞ୍ଚାୟତ ର ବହୁ ଲୋକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
ରିପୋର୍ଟ : ରଜତ ପଟ୍ଟନାୟକ


